Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ସିମାଞ୍ଚଳ ହତ୍ୟାକାଣ୍ଡ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି

କଳାହାଣ୍ଡି:ସିମାଞ୍ଚଳ ହତ୍ୟାକାଣ୍ଡ, ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି । କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ସୀମାଞ୍ଚଳ ମହାପାତ୍ର ହତ୍ୟାକାଣ୍ଡ ଘଟଣା । ଦିର୍ଘ କୋଡ଼ିଏ ଦିନ ଉପରେ ବିତି ଯାଇଥିଲେ ସୁଦ୍ଧା ଅପରାଧୀ କୁ ଠାବ କରି ପାରିନାହିଁ ଜୟପାଟଣା ପୋଲିସ। ପୂର୍ବରୁ ହତ୍ୟା, ଚୋରି, ଡକାୟତି, ଜଙ୍ଗଲରେ ଶିକାର ଜନିତ ମୃତ୍ୟୁ, ନାବାଳିକା ଅପହରଣ ଆଦି ଅନେକ ଅପରାଧ ର ପର୍ଦ୍ଦାଫାସ ହୋଇପାରୁଥିବା ବେଳେ ଏବେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । କରିବାରେ ଅସମର୍ଥ ଜୟପାଟଣା ପୋଲିସ । ହତ୍ୟା ଘଟଣାରେ ସାଇଣ୍ଟିଫିକ୍ ଟିମ୍, ଡଗ ସ୍କ୍ୱାର୍ଡ ର ସହାୟତା ନିଆଯାଇଥିଲେ କୌଣସି ସମାଧାନ ହୋଇନି । ତଦନ୍ତ ନାଁ ରେ ଡ୍ରାଇଭର, ସହକର୍ମୀ ସମେତ ପରିବାର ସଦସ୍ଯ ଙ୍କୁ ଦିନ ଦିନ ଧରି ଥାନାରେ ଅଟକ ରଖାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ଆମେ ସମ୍ପୂର୍ଣ୍ଣ ସହଯୋଗ କଲେ ମଧ୍ଯ ପୋଲିସ ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କ ହତ୍ୟାକାରୀକୁ ଧରି ପାରିନାହିଁ ବୋଲି କହିଛନ୍ତି ମୃତକଙ୍କ ସ୍ତ୍ରୀ । ଘଟଣାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ ଜରିଆରେ କରାଯାଉ ବୋଲି ଦାବି ହୋଇଛି  ।

BjdElectrycity


ସୀମାଞ୍ଚଳଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା । ତାଙ୍କର ମୃତଦେହ ମତୁଆଲଗୁଡା କେନାଲରୁ କ୍ଷତବିକ୍ଷତ ଅବସ୍ଥା ରେ ଉଦ୍ଧାର ହୋଇଥିଲାା ଜୟପାଟଣା ବଡକର୍ଲାକୋଟ ସଡକ ପାର୍ଶ୍ଵରେ ରକ୍ତ ଦାଗ, ଘୋଷଡା ଚିହ୍ନ କଟୁରୀ ଜବତ, ଓ ବିଭିନ୍ନ ସ୍ଥାନରୁ ମୋଟର ସାଇକେଲ, ରୁମାଲ, ହେଲମେଟ ଆଦି ଉଦ୍ଧାର ହୋଇଥିଲା । ଯାହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଭଳି ମନେହୁଏ। ଅଭିଯୋଗକୁ ଗୁରୁତ୍ଵର ସହ ନେଇ ସୀମାଞ୍ଚଳ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଦାବି ହେଉଛି।

Leave A Reply

Your email address will not be published.