Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ଯାଏ ପର୍ଯ୍ୟଟକଙ୍କ ଲାଗି ବନ୍ଦ ହେଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: କରୋନା ମାମଲାର ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଛନ୍ତି।

ଏକ ବିଜ୍ଞପ୍ତିରେ ଆରସିସିଏଫ୍ କହିଛନ୍ତି ଯେ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଯୋଗୁ କୋଭିଡ୍‌-୧୯ ବିସ୍ତାର ହେବାର ସମ୍ଭାବନା ରହିଛି ଏବଂ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ମଧ୍ୟ ରହିଛି।

ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ବନ ବିଭାଗ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଦ୍ୟାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.