Latest Odisha News

BREAKING NEWS

ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

ଭବାନୀପାଟଣା : ନର୍ଲା ବ୍ଲକ୍ ବୁଢ଼ୀପଦରସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ା ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ଲେଖକ ପ୍ରଫେସର ଡ. ସଞ୍ଜୟ କୁମାର ଶତପଥି ମୁଖ୍ୟ ଅତିଥି , କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ବିଶିଷ୍ଟ ଅତିଥି , ‘ସୁସାହିତ୍ୟମ’ର ସଂସ୍ଥାପକ ସମୀର ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବରେ , ନାଟ୍ୟକାର ପରମେଶ୍ବର ମୁଣ୍ଡ ଏବଂ ବିଶିଷ୍ଟ ପ୍ରାବନ୍ଧିକ ସତ୍ୟନାରାୟଣ ମୁଣ୍ଡଛିନା ଯୋଗ ଦେଇଥିଲେ।

ମନୋଜ ଦାସ  ଓଡ଼ିଆ ଓ ଇଂରାଜୀ ଭାଷା ସାହିତ୍ୟର ଜଣେ ମହାନ ସ୍ରଷ୍ଟା ଏବଂ ତାଙ୍କ ଦେହାନ୍ତ ପରେ ଏକ ଯୁଗର ଅବସାନ ଘଟିଛି। କିନ୍ତୁ ତାଙ୍କ ଭାବସତ୍ତାର ଅନ୍ତ ନାହିଁ ବୋଲି ଏହି ସଭାରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି।

ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ସାଂସ୍କୃତିକ ସମ୍ପାଦକ ସଲିଳ କୁମାର ଧଙ୍ଗଡ଼ାମାଝୀ, ସୁଶୀଳ କୁମାର ଧଙ୍ଗଡ଼ାମାଝୀ, ପ୍ରକାଶ ଧଙ୍ଗଡ଼ାମାଝୀ, ଗାଳ୍ପିକ ନୃପରାଜ ସାହୁ, ତପନ ମହାପାତ୍ର, ପ୍ରକାଶ ନିଶଙ୍କ, ଦିଲ୍ଲୀପ ବେହେରା, କବି ଋତୁରାଜ ମାଝୀ, ବଙ୍କିମ ମୁଣ୍ଡ, ଆଚାର୍ଯ୍ୟ ହୃଷିକେଶ ମିଶ୍ର, କୁମୁଦ ନାଏକ, ମିନତୀ କୁମାରୀ ପ୍ରଧାନ, ନାହେଦା ଶାହୀନ୍‌, ସଂଜୀବ କୁମାର ପଣ୍ଡା, ପରମା ନାଏକ, ଯୁଧିଷ୍ଠିର ମୁଦୁଲି, ପଞ୍ଚାନନ ଭୋଇ, ସ୍ନିଗ୍ଧାରାଣୀ ନନ୍ଦ, ବିଭୁତି ଭୂଷଣ ପଧାନ, ରିଙ୍କି ପଧାନ, ସନ୍ତୋଷ କୁମାର କର, ସୁବୋଧ କୁମାର ଶତପଥୀ, ମନୋଜ ମେହେର, ଶାନ୍ତନୁ ପରିଡ଼ା, ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ରାଜ୍ୟର ଅନେକ ଲେଖକ ଲେଖିକା ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ  ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡିଲେଶ୍ଵର ରଣା ସଭା ପରିଚାଳନା କରିଥିଲେ।

Leave A Reply

Your email address will not be published.