Latest Odisha News

BREAKING NEWS

Helipad:ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌ । ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି ।

ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଜାରି ରହିଛି । ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’କୁ ମନୋନୀତ କରାଯାଇଛି । ମାତ୍ର ୨୫୦୦ ଟଙ୍କା ଦେଇ ପର୍ଯ୍ୟଟକମାନେ ଏହି ହେଲିଟ୍ୟାକ୍ସି ଯାତ୍ରାର ସୁବିଧା ନେଇପାରିବେ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ପବନ ହଂସ ପକ୍ଷରୁ ଏହି ହେଲିଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି । ଏହି ସେବା ମାଧ୍ୟମରେ ପର୍ଯ୍ୟଟକମାନେ ମା’ ତାରାତାରିଣୀ, ଚିଲିକା, ସାତପଡ଼ା, ମା’ନାରାୟଣୀ ପୀଠ ଏବଂ ଗୋପାଳପୁର ବେଳାଭୂମି ଭଳି ସ୍ଥାନ ଗୁଡ଼ିକୁ ଆକାଶମାର୍ଗରୁ ପରିକ୍ରମା କରିପାରିବେ ।

Leave A Reply

Your email address will not be published.