Latest Odisha News

BREAKING NEWS

ଶିମିଳିପାଳର ଧୂଆଁ ବଳୟରେ ସ୍ଥାନୀୟ ଅଞ୍ଚଳ, ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟ ଅନୁଭବ କରୁଛନ୍ତି ଲୋକେ 

କରଞ୍ଜିଆ: ଅନେକ ଦିନ ହେଲାଣି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ନିଆଁ ଯୋଗୁଁ ଶିମିଳିପାଳ ପାଦ ଦେଶରେ ଥିବା କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା ବଜାର ଅଞ୍ଚଳରେ ଧୂଆଁର ବଳୟରେ ଢାଙ୍କି ହୋଇ ରହିଛି । ଯେପରି କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । 

ସ୍ଥାନୀୟ ଅଞ୍ଚଳରେ ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟ ହେଉଥିବା ବେଳେ ପ୍ରବଳ ମାତ୍ରାରେ ଆଖି ପଡୁଥିବା ନେଇ ଲୋକେ କହିଛନ୍ତି । ନିଆଁ ବଫର ଅଞ୍ଚଳରୁ କୋର ଅଞ୍ଚଳକୁ ବ୍ୟାପିବା ଫଳରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । 

ତେବେ ଆଗାମୀ ଦିନରେ ଶିମିଳିପାଳର ନିଆଁକୁ ଶୀଘ୍ର ଲିଭା ନଗଲେ ଏହି ଧୂଆଁର ପ୍ରଭାବ ପରିବେଶ ସହ ଜୀବଜନ୍ତୁ ପ୍ରଭାବିତ ହେବେ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ କହିଛନ୍ତି ।

Leave A Reply

Your email address will not be published.