ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଦୁବାଇରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଇରାନର ଡ୍ରୋନ ଆକ୍ରମଣ ଯୋଗୁ ସିନ୍ଧୁ ୨ ଦିନ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଫସି ରହିଥିଲେ । ୩୦ ବର୍ଷୀୟା ସିନ୍ଧୁ ସୋସିଆଲ ମିଡିଆରେ ସେଠାକାର ସ୍ଥିତି ସମ୍ପର୍କରେ ଭିଡିଓ ପୋଷ୍ଟ କରି ଅବଗତ କରାଇଥିଲେ । ଘରେ ପଂହଚିବା ପରେ ସିନ୍ଧୁ ଟୁଇଟ କରିଥିଲେ । ସିନ୍ଧୁ ଅଲଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବାକୁ ଯାଉଥିଲେ ।
ମଙ୍ଗଳବାର ସେ ଏହି ଟୁର୍ଣ୍ଣାମେଂଟରୁ ନାମ ନାମ ପ୍ରତ୍ୟାହାର କରିଛନ୍ତି । ୨୦୦୧ ପରଠାରୁ ଭାରତର କୌଣସି ଖେଳାଳି ଏହି ଟାଇଟଲ ହାସଲ କରିପାରି ନାହାନ୍ତି । ୨୦୦୧ରେ ପୁଲେଲା ଗୋପୀଚାନ୍ଦ ଚାମ୍ପିୟନ ହୋଇଥିଲେ । ତାଙ୍କ ବ୍ୟତୀତ ୧୯୪୭ରେ ପ୍ରକାଶ ପାଦୁକୋନ ଟାଇଟଲ ହାସଲ କରିଥିଲେ । ପ୍ରକାଶ ନାଥ, ପ୍ରକାଶ ପାଦୁକୋନ, ସାଇନା ନେହ୍ୱାଲ, ଲକ୍ଷ୍ୟ ସେନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଜିତିପାରି ନ ଥିଲେ ।