ଜ୍ୟୁରିକ୍: ଭାରତର ଶୀର୍ଷ ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ସୁଇସ ଓପନ ବ୍ୟାଡମିଂଟନରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ପେନର ଷ୍ଟାର ଖେଳାଳି କାରୋଲିନା ମାରିନଙ୍କ ନିକଟରୁ ୨୧-୧୨, ୨୧-୫ ସିଧାସଳଖ ଗେମରେ ହାରି ଯାଇଥିଲେ । ମାତ୍ର ୩୫ ମିିନିଟରେ ସିନ୍ଧୁଙ୍କୁ ହରାଇ ମାରିନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଶନିବାର ସିନ୍ଧୁ ସେମିଫାଇନାଲରେ ଡେନମାର୍କର ମିୟା ବ୍ଲେଚଫିଲ୍ଟଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ତେବେ ଆଜିର ମୁକାବିଲାରେ ସେ ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ପ୍ରଥମ ଗେମ ହାରିବା ପରେ ମାରିନ ତାଙ୍କୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ କୌଣସି ସୁଯୋଗ ଦେଇ ନ ଥିଲେ ।
Comments are closed.