Latest Odisha News

BREAKING NEWS

ବସ୍ ଷ୍ଟାଣ୍ଡକୁ ଷ୍ଟ୍ରିଟ୍ ଲାଇବ୍ରେରୀରେ କେମିତି ପରିଣତ କଲା ଭାରତୀୟ ସେନା ?

ଶ୍ରୀନଗର: ଆପଣ କେବେ ଶୁଣିଛନ୍ତି ବସ୍ ଷ୍ଟାଣ୍ଡ ଷ୍ଟ୍ରିଟ୍ ଲାଇବ୍ରେରୀରେ ପରିଣତ ହେବା । ଏଭଳି ଏକ ପ୍ରେରଣାଦାୟୀ ପଦକ୍ଷେପ ନେଇଛି ଭାରତୀୟ ସେନାର ୧୮ ରାଷ୍ଟ୍ରୀୟ ରାଇଫଲ୍ସ । ଦକ୍ଷିଣ କାଶ୍ମୀରର ଏକ ଗାଁର ସ୍ଥାନୀୟ ଶିକ୍ଷାର୍ଥୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷା ଦେବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛି ସେନା ।

ଲାଇବ୍ରେରୀ କାର୍ଯ୍ୟକ୍ଷମ ହେବାର ଅଳ୍ପ କିଛିଦିନ ମଧ୍ୟରେ ରାଣୀପୁର, ଛିତିଶିଗପୁରା, କେଜ୍ରିଭାଲ ଓ ଦେବୀପୁରା ଗାଁର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଲୋକପ୍ରିୟ ହୋଇ ପାରିଛି ।

ପ୍ରାଥମିକରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏହାର ଲାଭ ଉଠାଉଛନ୍ତି । ୧୮ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ରୋହିତ ଝା ଶିକ୍ଷାର୍ଥୀଙ୍କ ଡିମାଣ୍ଡ ଅନୁସାରେ ବହି ଯୋଗାଡ଼ କରି ଯୋଗାଉଛନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁସାରେ, ୨୦୧୬ରେ ଅନନ୍ତନାଗ ଜିଲ୍ଲାର ଦେବୀପୋରାର ଏହି ବସଷ୍ଟାଣ୍ଡକୁ ଦୁର୍ବୃତ୍ତ ପୋଡ଼ି ଦେଇଥିଲେ । ଏବେ ଏହାର ରୂପାନ୍ତରଣ କରି ସେନା ଜ୍ଞାନର ଭଣ୍ଡାରରେ ପରିଣତ କରିଛି । ସକାଳେ ବସ ଷ୍ଟାଣ୍ଡ ଲାଇବ୍ରେରୀ ଖୋଲିବା ମାତ୍ରେ ଶିକ୍ଷାର୍ଥୀଙ୍କ ଭିଡ଼ ଜମୁଛି । ଏଠାରେ ଗଳ୍ପ ବହି ସେନା ଅଧିକାରୀ ଓ ଅନ୍ୟମାନ ଦାନ କରିଛନ୍ତି ।

ବୁକ୍ସ ଅଫ୍ ଇଣ୍ଡିଆ ସୋସାଇଟି ସହ ମଧ୍ୟ ବହି ଲାଗି ବୁଝାମଣା କରିଛି ରାଷ୍ଟ୍ରୀୟ ରାଇଫଲ୍ସ । ନୂଆ ବହି ଆସିବା ମାତ୍ରେ ତାର ତଥ୍ୟ ଲାଇବ୍ରେରୀର ନୋଟିସ୍ ବୋର୍ଡରେ ଦିଆଯାଉଛି ।

Leave A Reply

Your email address will not be published.