Latest Odisha News

BREAKING NEWS

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସେମିରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ଚୀନର ଝାଙ୍ଗ ୟି ମିନଙ୍କୁ ୨୧-୧୬, ୧୩-୨୧ ଓ ୨୨-୨୦ରେ ପରାସ୍ତ କରିଥିଲେ । ସେମିରେ ସେ ଜର୍ଜିଆର ମାରିସ୍କା ଟୁନଜଙ୍ଗଙ୍କୁ ଭେଟିବେ । ପୂର୍ବରୁ ସିନ୍ଧୁ ଜାପାନର ଆୟା ଓହେରୀଙ୍କୁ ୨୧-୧୬, ୨୧-୧୧ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ୪୦ମିନିଟ ପର୍ଯ୍ୟନ୍ତ ଖେଳା ଯାଇଥିଲା । ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ପ୍ରଣୟ ଜାପାନର କେଂଟା ନିଶିମୋତାଙ୍କୁ ୨୫-୨୩, ୧୮-୨୧, ୨୧-୧୩ରେ ପରାସ୍ତ କରିଥିଲେ । ସେ ଇଣ୍ଡୋନେସିଆର କ୍ରିଷ୍ଟିଆନା ଆଡିନାଟାଙ୍କୁ ଭେଟିବେ ।

କିଦାମ୍ବି ଶ୍ରୀକାନ୍ତଙ୍କ ଅଭିଯାନ କ୍ୱାର୍ଟର ଫାଇନାଲରେ ଶେଷ ହୋଇଛି । । ସେ ଥାଇଲାଣ୍ଡର କୁନାଲବୁତ ବିତିଦସର୍ନଙ୍କୁ ୨୧-୧୯ ଓ ୨୧-୧୯ରେ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଥିଲେ ମଧ୍ୟ । ଇଣ୍ଡୋନେସିଆର କ୍ରିଷ୍ଟିଆନ ଏଡିନାଟାଙ୍କୁଠାରୁ ହାରି ଯାଇଥିଲେ । ଲକ୍ଷ୍ୟ ସେନ ହଂକଂର ଏଙ୍ଗସ ଏନଜିଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।

Leave A Reply

Your email address will not be published.