Latest Odisha News

BREAKING NEWS

ଆରୟନଙ୍କ ୱେବ୍ ସିରିଜ୍ ‘ଷ୍ଟାରଡମ’ ପାଇଁ ମିଳିଲେ ଅଭିନେତା, ନିଜେ ଦେବେ ନିର୍ଦ୍ଦେଶନା

ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ୍ ତଥା ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଏବେ ଚର୍ଚ୍ଚାରେ । ଆରୟନ୍ ଖୁବ୍‌ଶୀଘ୍ର ତାଙ୍କର ପ୍ରଥମ ୱେବ ସିରିଜ୍ ‘ଷ୍ଟାରଡ଼ମ’ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ସେ ନିଜେ ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଦେବେ । କିଛି ଦିନ ତଳେ ସେ ଏହାର ସ୍କ୍ରିପ୍ଟିଂ ଶେଷ କରିଥିବା ବେଳେ ଏହାର ମୁଖ୍ୟ ଚରିତ୍ର ପାଇଁ କଳାକାର ଖୋଜୁଥିଲେ । କୁହାଯାଉଛି ଯେ ଆରୟନ୍ ନିଜ ସିରିଜ୍ ପାଇଁ ଶହ ଶହ ଅଡିସନ୍ ପରେ ମୁଖ୍ୟ ଅଭିନେତାକୁ ଚୟନ କରିଛନ୍ତି ।

ସେ ଏହି ୱେବ୍ ସିରିଜ୍ ‘ଷ୍ଟାରଡମ’ରେ ମୁଖ୍ୟ ଅଭିନେତାଙ୍କ ପାଇଁ ପ୍ରାୟ ୮୦୦ ଅଡିସନ୍ ନେଇଥିଲେ । ଶେଷରେ ଲକ୍ଷ ଲାଲୱାନୀଙ୍କୁ ଚୟନ କରିଛନ୍ତି । ବଲିଉଡ ଅଭିନେତା ରଣବୀର ସିଂ ଏବଂ ଶାହରୁଖ ଖାନ୍ ଏଥିରେ କେମିଓ କରିବେ ବୋଲି ଚର୍ଚ୍ଚା ହେଉଛି । ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ହାଉସ୍ ଅଧୀନରେ ଏହି ସିରିଜ୍ ନିର୍ମାଣ ହେବ ।

Leave A Reply

Your email address will not be published.