Latest Odisha News

BREAKING NEWS

୧୦ ମାସ ପରେ ସାଇନା, ସିନ୍ଧୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ୧୦ ମାସ ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଉଛି । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ସୋମବାର ବ୍ୟାଙ୍କକରେ ଜାନୁୟାରୀଠାରେ ଆରମ୍ଭ ହେବାକୁ ଯାଉଥିବା ୩ଟି ଟୁର୍ଣ୍ଣାମେଂଟ ପାଇଁ ଖେଳାଳି ଚୟନ କରିଛି । ଏହି ଟିମରେ ସାଇନା, ସିନ୍ଧୁଙ୍କ ସମେତ ବିସାଇ ପ୍ରଣୀଥ, କିଦାମ୍ବି ଶ୍ରୀକାନ୍ତ,ସାତ୍ୱିକ ସାଇରାଜ, ର‌୍ୟାକି ରେଡ୍ଡୀ, ଚିରାଗ ସେଟ୍ଟୀ, ଅଶ୍ୱିନ ପୋନପ୍ପା ଓ ଏନସିକ୍କି ରେଡ୍ଡୀ ରହିଛନ୍ତି ।

ଥାଇଲାଣ୍ଡ ଓପନରୁ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହା ୧୨ରୁ ୧୭ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ଥାଇଲାଣ୍ଡ ଓପନ ( ୧୯ରୁ ୨୪ ଜାନୁୟାରୀ) ଓ ୱାର୍ଲ୍ଡ ବ୍ୟାଡମିଂଟନ ଫେଡେରେଶନର ୱାର୍ଲ୍ଡ ଟୁର ଫାଇନାଲ୍ସ (୨୭ରୁ୩୧ ଜାନୁୟାରୀ) ଅନୁଷ୍ଠିତ ହେବ । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ପୁନର୍ବାର ଆୟୋଜିତ ହେବାକୁ ଯାଉଥିବାରୁ ଉଭୟ ଖେଳାଳି ଓ ପ୍ରଶଂସକ ବେଶ୍ ଖୁସି ଅଛନ୍ତି ବୋଲି ବାଇର ମହାସଚିବ ଅଜୟ ସିଂଘନିଆ କହିଛନ୍ତି ।

Leave A Reply

Your email address will not be published.