Latest Odisha News

BREAKING NEWS

ଦୁର୍ନୀତି ବିକାଶର ବଡ ଶତ୍ରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କ ଆହ୍ୱାନ । ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ  ଉଦବୋଧନ ଅବସରରେ ନବୀନ କହିଛନ୍ତି ଯେ, ”ଦୁର୍ନୀତି ବିକାଶର ବଡ ଶତ୍ରୁ ।  ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆମେ ଲଢେଇ କରିଛୁ ଗରିବି ବିରୋଧରେ, ଲଢେଇ କରିଛୁ ରୋଗ, ବିପର୍ଯ୍ୟୟ ବିରୋଧରେ ।”

ଦୁର୍ନୀତି ରୋକିବାକୁ କଡା ଆଭିମୁଖ୍ୟ ଗ୍ରହଣ କରାଯିିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଏହି ଲଢେଇ ଆଗକୁ ଜୋରଦାର ହେବ । ଗତ ବର୍ଷକ ମଧ୍ୟରେ ଦୁର୍ନୀତି କରିଥିବା ଅଭିଯୋଗରେ ୯୧ ଜଣଙ୍କ ଚାକିରିରୁ ନିଲମ୍ବିତ କରାଯାଇଛି । 

ଏଥି ସହ ସେ କହିଛନ୍ତି ଯେ ବିଜେଡିର ସମସ୍ତ ନେତା ସମ୍ପତ୍ତି ତାଲିକା ଦେବେ । ସବୁ ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯିବ । ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ ଯାଏଁ ସମସ୍ତଙ୍କ ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ପାଖରେ ଦାଖଲ ହେବ ବୋଲି ସେ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.