ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ଆଥଲେଟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରି-କ୍ୱାର୍ଟର ମୁକାବିଲାରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରିଥିଲେ । ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ମାତ୍ର ୪୧ ମିନିଟ ସମୟ ଲାଗିଥିଲା ।
ବକ୍ସିଂ: ବକ୍ସିଂରେ ସତୀଶ କୁମାର ୯୧ କିଗ୍ରାରୁ ଊର୍ଦ୍ଧ୍ୱ ପୁରୁଷ ବିଭାଗର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେ ପଦକ ହାସଲଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସତୀଶ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କରିଥିଲେ ।
ତୀରନ୍ଦାଜ ପ୍ରି-କ୍ୱାର୍ଟରରେ ପତିପତ୍ନୀ: ତୀରନ୍ଦାଜରେ ଭାରତର ଅତନୁ ଦାସ ପୁରୁଷ ସିଙ୍ଗଲ୍ସରେ ଦକ୍ଷିଣ କୋରିଆର ଷ୍ଟାର ଖେଳାଳି ତଥା ୨ ଥର ସ୍ୱର୍ଣ୍ଣ ପଦକ ବିଜେତା ଝିନୟେକ ଓହଙ୍କୁ ଶୁଟଆଉଟରେ ହରାଇ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ମହିଳା ବିଭାଗରେ ତାଙ୍କ ପତ୍ନୀ ଦୀପିକା କୁମାରୀ ଚମତ୍କାର ପ୍ରଦର୍ଶନ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରି ସାରିଛନ୍ତି ।
ଶୁଟିଂ: ଶୁଟିଂରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ଇଭେଂଟର କ୍ୱାଲିଫାଇଂ ରାଉଣ୍ଡରେ ୫ମ ସ୍ଥାନ ହାସଲ କରିଛନ୍ତି ।
BREAKING NEWS
- ଜ୍ୟାକି ଚାନଙ୍କ ମୃତ୍ୟୁ ପରେ ରିଲିଜ ହେବ ତାଙ୍କର ଶେଷ ଗୀତ
- ହକି ଇଣ୍ଡିଆ ଲିଗ୍-୨୦୨୬: ଚମକିଲେ ଓଡ଼ିଶା ନାଭାଲ୍ ଟାଟା ହକି ଏଚ୍ପିସି କ୍ୟାଡେଟ୍
- ରାଜଧାନୀରେ ବୁଲିଲା ଖଣ୍ଡା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..
- Iran Fortifies Nuclear Sites: ମାଟି ତଳେ ଇରାନର ପରମାଣୁ ବମ୍, ତାଟକା ଡୋନାଲ୍ଡ ଟ୍ରମ୍ପ୍!
- Youth Arrested: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ପଡିଲା ମହଙ୍ଗା; ଯୁବକ ଗିରଫ
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
Comments are closed.