ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ଆଥଲେଟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରି-କ୍ୱାର୍ଟର ମୁକାବିଲାରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରିଥିଲେ । ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ମାତ୍ର ୪୧ ମିନିଟ ସମୟ ଲାଗିଥିଲା ।
ବକ୍ସିଂ: ବକ୍ସିଂରେ ସତୀଶ କୁମାର ୯୧ କିଗ୍ରାରୁ ଊର୍ଦ୍ଧ୍ୱ ପୁରୁଷ ବିଭାଗର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେ ପଦକ ହାସଲଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସତୀଶ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କରିଥିଲେ ।
ତୀରନ୍ଦାଜ ପ୍ରି-କ୍ୱାର୍ଟରରେ ପତିପତ୍ନୀ: ତୀରନ୍ଦାଜରେ ଭାରତର ଅତନୁ ଦାସ ପୁରୁଷ ସିଙ୍ଗଲ୍ସରେ ଦକ୍ଷିଣ କୋରିଆର ଷ୍ଟାର ଖେଳାଳି ତଥା ୨ ଥର ସ୍ୱର୍ଣ୍ଣ ପଦକ ବିଜେତା ଝିନୟେକ ଓହଙ୍କୁ ଶୁଟଆଉଟରେ ହରାଇ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ମହିଳା ବିଭାଗରେ ତାଙ୍କ ପତ୍ନୀ ଦୀପିକା କୁମାରୀ ଚମତ୍କାର ପ୍ରଦର୍ଶନ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରି ସାରିଛନ୍ତି ।
ଶୁଟିଂ: ଶୁଟିଂରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ଇଭେଂଟର କ୍ୱାଲିଫାଇଂ ରାଉଣ୍ଡରେ ୫ମ ସ୍ଥାନ ହାସଲ କରିଛନ୍ତି ।
BREAKING NEWS
- ସରକାରୀ ଖଜଣାରୁ ୩ କୋଟି ୬୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ୨ ଗିରଫ
- Malda Hostage Case:ବିମାନବନ୍ଦରରୁ ମାଲଦା ହିଂସାର ‘ମାଷ୍ଟରମାଇଣ୍ଡ’ AIMIM ନେତା ଗିରଫ, ଅନ୍ୟ ୩୫ ଜଣ ମଧ୍ୟ ବନ୍ଧା ହେଲେ
- ମିଛ କହିବା ଦ୍ୱାରା ଗରମ ହୁଏ ଶରୀରର ଏହି ଅଂଶ, ଜାଣନ୍ତୁ ଏହା ପଛର ରହସ୍ୟ..
- CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
- ଭୂତଳର କେଉଁ ସ୍ଥାନରୁ ଆସିଥାଏ ତେଲ? ଜାଣନ୍ତୁ ଏହା କାହିଁକି କିଛି ସୀମିତ ସ୍ଥାନରୁ ମିଳେ
- ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
- ଲଞ୍ଚ ହେଲା INS ଅରିଧମନ, ସମୁଦ୍ରରେ ଶତ୍ରୁଙ୍କୁ କରିବ ଧ୍ୱଂସ
Comments are closed.