Latest Odisha News

BREAKING NEWS

କେରଳରେ କରୋନା ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: କେରଳରେ କ‌ୋଭିଡ୍‌ ସ୍ଥିତି ଉଦ୍‌ବେଗଜନକ। ଦେଶରେ ଅଧା ମାମଲା କେରଳରୁ ଆସୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି। ରାଜ୍ୟରେ କରୋନା ମାମଲା ବୃଦ୍ଧି ହେତୁ ୩୧ ଜୁଲାଇ ଏବଂ ୧ ଅଗଷ୍ଟରେ କେରଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବା ନେଇ ସରକାର ଘୋଷଣା କରିଛନ୍ତି।

ନ୍ୟାସନାଲ ସେଣ୍ଟର ଫର ଡିଜିଜ୍‌ ନିୟନ୍ତ୍ରଣ କେନ୍ଦ୍ରର ନେତୃତ୍ୱରେ ସରକାର କେରଳକୁ ଏକ ୬ ଜଣିଆ ଟିମ୍ ପଠାଉଛନ୍ତି। କେରଳରେ ବହୁ ସଂଖ୍ୟକ କରୋନା ମାମଲା ରିପୋର୍ଟ ଆସୁଥିବାରୁ ଏହି ଟିମ୍ କୋଭିଡ୍‌ ପରିଚାଳନାରେ ରାଜ୍ୟକୁ ସହାୟତା କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି।

Leave A Reply

Your email address will not be published.