Latest Odisha News

ମାଲେସିଆ ଓପନ ବ୍ୟାଡମିଂଟନ: ସିନ୍ଧୁ ଜିତଲେ, ସାଇନା ବିଦା

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ମହିଳା ସିଙ୍ଗଲ୍ସରେ ଥାଇଲାଣ୍ଡର ପୋର୍ନେପାୱି ଚୋଚୁଓଙ୍ଗଙ୍କୁ ୨୧-୧୩, ୨୧-୧୭ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚରେ ସିନ୍ଧୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତ୍ୟାବର୍ତନ କରିବାରେ କୌଣସି ସୁଯୋଗ ଦେଇ ନ ଥିଲେ । ସିନିୟର ଖେଳାଳି ସାଇନା ନେହ୍ୱାଲ କିନ୍ତୁ ନିରାଶ କରିଛନ୍ତି । ସେ ପ୍ରଥମ ରାଉଣ୍ଡରେ ଆମେରିକାର ଇରିଶ ୱାଙ୍ଗଙ୍କ ନିକଟରୁ ୧୧-୨୧ ଓ ୧୭-୨୧ରେ ପରାଜିତ ହୋଇଛନ୍ତି । ମାତ୍ର ୩୭ ମିନିଟରେ ସେ ତାଙ୍କ ମ୍ୟାଚ ହାରି ଯାଇଥିଲେ ।

ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନାଙ୍କ ପ୍ରଦର୍ଶନ ତାଙ୍କ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ମିକ୍ସଡ ଡବଲ୍ସରେ ବିସୁମିଥ ରେଡ୍ଡୀ ଓ ଅଶ୍ୱୀନ ପୋନାପ୍ପା ନେଦରଲାଣ୍ଡ ଯୋଡି ରବିନ ଟାବେଲିଙ୍ଗ ଓ ସାଲେନା ପିକଙ୍କ ନିକଟରୁ ୧୫-୨୧, ୨୧-୧୯, ୧୭-୨୧ରେ ହାରି ଯାଇଛନ୍ତି । ଏଚଏସ ପ୍ରଣୟ ମାଲେସିଆର ଲିଉ ଡାରେନଙ୍କୁ ୨୧-୧୪, ୧୭-୨୧ ଓ ୨୧-୧୮ରେ ପରାସ୍ତ କରି ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା ।

Leave A Reply

Your email address will not be published.