Latest Odisha News

BREAKING NEWS

ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୯ ନାମାଙ୍କନର ଶେଷ ତାରିଖ

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରପତିଙ୍କ ସହ ଦେଶକୁ ମିଳିବ ନୂଆ ଉପ ରାଷ୍ଟ୍ରପତି । ଜାତୀୟ ନିର୍ବାଚନ କମିଶନ ବୁଧବାର ଉପ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଆବଶ୍ୟକ ପଡ଼ିଲେ ଭୋଟ୍ ଗଣନା ସେଇ ଦିନ କରାଯିବ । ଉପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନର ଶେଷ ତାରିଖର ହେଉଛି ଜୁଲାଇ ୧୯ ତାରିଖ ।

ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁଲାଇ ୨୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ସେହିଭଳି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜୁଲାଇ ୨୨ । ଦେଶର ୧୫ତମ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି ।

ରାଜ୍ୟସଭାର ଅଧ୍ୟକ୍ଷ ହେଉଛନ୍ତି ଉପ ରାଷ୍ଟ୍ରପତି । ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ ଉପ ରାଷ୍ଟ୍ରପତିଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଥାନ୍ତି । ଏବେ ରାଜ୍ୟସଭାର ୨୩୩ ସଦସ୍ୟ ଓ ରାଜ୍ୟସଭାକୁ ମନୋନୀତ ୧୨ ସଦସ୍ୟ ଓ ଲୋକସଭାକୁ ନିର୍ବାଚିତ ୫୪୩ ସଦସ୍ୟ ଭୋଟ୍ ଦେବେ ।

Leave A Reply

Your email address will not be published.