ସିଙ୍ଗାପୁର: ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ପୁନର୍ବାର କମାଲ କରିଛନ୍ତି । ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୯, ୧୧-୨୧ ଓ ୨୧-୧୫ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ୱାଙ୍ଗଙ୍କୁ ହରାଇଥିଲେ । ମାତ୍ର ଦ୍ୱିତୀୟ ସେଟରେ ୱାଙ୍ଗ ବିଜୟୀ ହୋଇ ମ୍ୟାଚରେ ରୋମାଂଚ ଭରି ଦେଇଥିଲେ । ନିର୍ଣ୍ଣାୟକ ସେଟରେ ସିନ୍ଧୁ ୨୧-୧୫ରେ ବିଜୟୀ ହୋଇଥିଲେ । ଚଳିତ ବର୍ଷ ସିନ୍ଧୁଙ୍କ ଏହା ତୃତୀୟ ଟାଇଟଲ । ସେ ଏହା ପୂର୍ବରୁ କୋରିଆ ଓପନ ଓ ସୁଇସ ଓପନରେ ଚାମ୍ପିୟନ ହୋଇ ସାରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ସେ ଭଲ ଫର୍ମରେ ଥିବାରୁ ଭାରତ ପାଇଁ ଏକ ପଦକ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।
BREAKING NEWS
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
- Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
Comments are closed.