ସିଙ୍ଗାପୁର: ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ପୁନର୍ବାର କମାଲ କରିଛନ୍ତି । ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୯, ୧୧-୨୧ ଓ ୨୧-୧୫ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ୱାଙ୍ଗଙ୍କୁ ହରାଇଥିଲେ । ମାତ୍ର ଦ୍ୱିତୀୟ ସେଟରେ ୱାଙ୍ଗ ବିଜୟୀ ହୋଇ ମ୍ୟାଚରେ ରୋମାଂଚ ଭରି ଦେଇଥିଲେ । ନିର୍ଣ୍ଣାୟକ ସେଟରେ ସିନ୍ଧୁ ୨୧-୧୫ରେ ବିଜୟୀ ହୋଇଥିଲେ । ଚଳିତ ବର୍ଷ ସିନ୍ଧୁଙ୍କ ଏହା ତୃତୀୟ ଟାଇଟଲ । ସେ ଏହା ପୂର୍ବରୁ କୋରିଆ ଓପନ ଓ ସୁଇସ ଓପନରେ ଚାମ୍ପିୟନ ହୋଇ ସାରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ସେ ଭଲ ଫର୍ମରେ ଥିବାରୁ ଭାରତ ପାଇଁ ଏକ ପଦକ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।
BREAKING NEWS
- ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି
- IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ବିଦେଶରେ ହୋଇଥିଲା ଗାନ୍ଧୀ ପରିବାରର ଏହି ସଦସ୍ୟଙ୍କ ବିବାହ, ଜାଣନ୍ତୁ କେଉଁମାନେ ହୋଇଥିଲେ ସାମିଲ
- କେମିତି ଦିଆଯାଇଥାଏ ଭାରତ ରତ୍ନ ? ଜାଣନ୍ତୁ କେମିତି ହୋଇଥାଏ ଏହାର ଚୟନ ପ୍ରକ୍ରିୟା
- ୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ
- ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…
- ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ
- Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’
- Chilika Bird Festival: ଜାନୁଆରୀ ୬ ରୁ ୮ ପର୍ଯ୍ୟନ୍ତ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ…
- ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ହେବ ପୁନଃ ଜୀବନ୍ତ, ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ…
Comments are closed.