ଭୁବନେଶ୍ୱର: ଭାରତ ହାତରୁ ହକି ବିଶ୍ୱକପ ଆୟୋଜନ ଅଧିକାର ହାତଛଡା ହେବା ନେଇ ଭୟ ସୃଷ୍ଟି ହୋଇଛି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଅଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟ ହକି ଇଣ୍ଡିଆ ନିର୍ବାଚନ କରିବାକୁ ଏଫଆଇଏଚ କହିଛି । ଯଦି ଏହା ନ ହୁଏ ତାହାହେଲେ ଭାରତ ହାତରୁ ଆୟୋଜକ ଅଧିକାର ଛଡାଇ ନିଆଯିବ ବୋଲି ଏଫଆଇଏଚ ଚେତାବନୀ ଦେଇଛି । ଏ ନେଇ ହକି ଇଣ୍ଡିଆର ସିଓଏକୁ ପତ୍ର ପଠାଯିବ ବୋଲି କୁହାଯାଇଛି । ଆସନ୍ତା ନଭେମ୍ବର ୪ ଓ ୫ରେ ଏଫଆଇଏଚର କାର୍ଯ୍ୟକାରୀ ବୈଠକ ବସିବ । ଏହା ମଧ୍ୟରେ ହକି ଇଣ୍ଡିଆକୁ ନିର୍ବାଚନ କରିବାକୁ ପଡିବ । ହକି ଇଣ୍ଡିଆ ଜାତୀୟ କ୍ରୀଡା ନୀତିକୁ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିବା ପରେ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ୩ ଜଣିଆ କମିଟି ଗଠନ କରିଛି । ନରିନ୍ଦର ବାତ୍ରାଙ୍କ ଆଜୀବନ ସଦସ୍ୟ, ଏଲିନା ନର୍ମାନଙ୍କୁ ସିଇଓ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ହାଇକୋର୍ଟ କହିଥିଲେ । ଏହା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା ।
BREAKING NEWS
- Ankush Panghal Makes History:ଭାରତୀୟ ବକ୍ସର ରଚିଲେ ଇତିହାସ; ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ୮ ବର୍ଷ ପରେ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ
- ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଟ୍ରେନ୍;ଚାଲିଗଲା ଟ୍ରାକ୍ ମ୍ୟାନଙ୍କ ଜୀବନ
- ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ
- ରାଜଧାନୀରେ ଲଜ୍ଜା! ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଡିସିପିଙ୍କଠାରୁ ରିପୋର୍ଟ ତଲବ କଲେ ମହିଳା କମିଶନ
- ବିଜେଡିର ମିଡିଆ ଓ ଆଇଟି ସେଲ୍ରେ ବଡ଼ ଧରଣର ଅଦଳବଦଳ: ୧୦ ଜଣ ହେଲେ ଜାତୀୟ ମୁଖପାତ୍ର
- ଆଗାମୀ ୩ ଦିନ ରାଜ୍ୟରେ ଶୁଖିଲା ପାଗ; ୫ ତାରିଖରୁ ଉପକୂଳ ଓଡ଼ିଶାରେ ଫେରିବ ବର୍ଷା
- ମୋବାଇଲ୍ ନମ୍ବର ନଥିଲେ ହେବନି ସ୍ପିଡ୍ ପୋଷ୍ଟ: ଠକେଇ ରୋକିବାକୁ ଭାରତୀୟ ଡାକ ବିଭାଗର ନୂଆ ନିୟମ
- ବିଜ୍ଞାନ କ୍ଷେତ୍ରରେ ବିଶ୍ୱକୁ ସିଙ୍ଗାପୁରର ଚେକ୍ମେଟ୍; ଆମେରିକା ଓ ଚୀନକୁ ପଛରେ ପକାଇ ତିଆରି କଲା ସବୁଠୁ ନିର୍ଭୁଲ ଘଣ୍ଟା
- ଆଗକୁ ଆସୁଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ; ଏଲ୍ ନିନୋ ଏବଂ ଯୁଦ୍ଧ ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କଲା ଭାରତ
- ରୋହିତ,କୋହଲି ଦଳରେ ଥିବାରୁ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି ଅଧିନାୟକ ଶୁଭମନ୍ ଗିଲ୍

Comments are closed.