Latest Odisha News

BREAKING NEWS

ସୟଦ ମୋଦି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ: ପିଭି ସିନ୍ଧୁ ଚାମ୍ପିୟନ୍

ନୂଆଦିଲ୍ଲୀ: ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ସୟଦ ମୋଦି ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିୟନ୍ ସିନ୍ଧୁଙ୍କର ଏହା ଦ୍ୱିତୀୟ ସୟଦ ମୋଦି ଟାଇଟଲ୍ । ଫାଇନାଲରେ ସିନ୍ଧୁ ନିଜ ଦେଶର ମାଳବିକା ବନସୋଡଙ୍କୁ ୨୧-୧୩, ୨୧-୧୬ ଗେମରେ ପରାସ୍ତ କରିଥିଲେ । ସିନ୍ଧୁ ମାତ୍ର ୩୫ ମିନିଟରେ ଫାଇନାଲକୁ ଜିତି ନେଇଥିଲେ ।

ମାଳବିକା ସେମିଫାଇନାଲରେ ଅନ୍ୟତମ ଭାରତୀୟ ଖେଳାଳି ଅନୁପମା ଉପାଧ୍ୟାୟଙ୍କୁ ୧୯-୨୧, ୨୧-୧୯, ୨୧-୭ ଗେମରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ସେ ୨୦୧୭ରେ ମଧ୍ୟ ଏହି ବିଡବ୍ଲ୍ୟୁଏପ୍ ବିଶ୍ୱ ଟୁର୍ ସୁପର୍-୩୦୦ ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିଥିଲେ ।

Comments are closed, but trackbacks and pingbacks are open.