Latest Odisha News

BREAKING NEWS

[ଭିଡ଼ିଓ] ସ୍ମୋକ ଆର୍ଟ ମାଧ୍ୟମରେ ଚିତ୍ର ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି

ମୟୂରଭଞ୍ଜ : ସ୍ମୋକ ଆର୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ଆଜି ହେଉଛି ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ । ଆଉ ଏହି ଅବସରରେ ବିଭିନ୍ନ ସ୍ଥାନରେ ପୁଷ୍ପମାଲ୍ୟ ଦେବା ସହିତ ସଭା ସମିତି ମାନ କରାଯାଇଛି । ହେଲେ ଏହି ଅବସରରେ ମୟୂରଭଞ୍ଜର ଜଣେ ଚିତ୍ର ଶିଳ୍ପୀ ସମରେନ୍ଦ୍ର ବେହେରା ତାଙ୍କର ନିଆରା ଚିତ୍ର କଳା ମାଧ୍ୟମରେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।

ଗତବର୍ଷ ଗଛରେ ଚିତ୍ର ଆଙ୍କି ନେତାଜୀଙ୍କ ଜୟନ୍ତୀ ନିଆରା ଢଙ୍ଗରେ ପାଳିଥିଲାବେଳେ ଚଳିତ ବର୍ଷ ସ୍ମୋକ ଆର୍ଟ ମାଧ୍ୟମରେ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ନା ହାତରେ ଧରିଛନ୍ତି ରଙ୍ଗ , ନା ଧରିଛନ୍ତି ତୁଳି କେବଳ ଧରିଛନ୍ତି ଡିବିରି ଆଲୁଅ । ସେ ତାଙ୍କ ହାତର ଯାଦୁ ଦେଖାଇ ଡିବିରି ଆଲୁଅରୁ ବାହାରୁଥିବା ଧୂଆଁରେ ନେତାଜୀଙ୍କ ଚିତ୍ରକୁ ସୁନ୍ଦର ଭାବେ ପେଣ୍ଟିଂ କରିଛନ୍ତି । ଆଉ ଏହି ଡିବିରି ଆଲୁଅ ଧୂଆଁ ସାହାଯ୍ୟରେ ସୁଭାଷଙ୍କ ପ୍ରତିକୃତି ଆଙ୍କିଛନ୍ତି ।

ଏହି ପେଣ୍ଟିଂ କରି ସୁଭାଷଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୟୂରଭଞ୍ଜର ଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ।

Comments are closed, but trackbacks and pingbacks are open.