Latest Odisha News

ଲାଞ୍ଚ ନେଇ ବନ୍ଧାହେଲେ ଏଆରଆଇ

ବିନିକା: ଏଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଇ) ତଥା ଭାରପ୍ରାପ୍ତ ଆରଆଇ ବିବେକାନନ୍ଦ ତ୍ରିପାଠୀ। ଜଣେ ଅଭିଯୋଗକାରୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଥିବା ଜାଣିବାକୁ ମିଳିଛି।

ସୂଚନା ଅନୁସାରେ ସୂର୍ଯ୍ୟ କୁମାର ମହାକୁର ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାରି ପ୍ଲଟ କରିବା ପାଇଁ ବିନିକା ତହସିଲରେ ଆବେଦନ କରିଥିଲେ। ତେବେ ସିନ୍ଦୂରପୁର ଏଆରଆଇ ବିବେକାନନ୍ଦ ତ୍ରିପାଠୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଆରଆଇ ତଦନ୍ତ ରିପୋର୍ଟ ଦେବା ପାଇଁ ଅବେଦନକାରୀଙ୍କୁ ୬୦ହଜାର ଟଙ୍କା ମାଗିଥିଲେ।

ଏହି ଘଟଣାକୁ ନେଇ ଆବେଦନକାରୀ ସୂର୍ଯ୍ୟ କୁମାର୍ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ ସୂର୍ଯ୍ୟ କୁମାର୍‌ ଆଜି ରାସାୟନିକ ପ୍ରଲୋପ ଦିଆ ଯାଇଥିବା ୨୦ହଜାର ଟଙ୍କା ପ୍ରଥମ କିସ୍ତି ବାବଦରେ ଦେବା ପରେ ଏଆରଆଇଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଥିଲା।

Leave A Reply

Your email address will not be published.