ନୂଆଦିଲ୍ଲୀ: ସିଙ୍ଗାପୁର ଭ୍ୟାରିଏଂଟ ନେଇ ମିଛ ତଥ୍ୟ ଦେଇଥିବା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଡୁଆରେ ପଡିଛନ୍ତି । କେଜ୍ରିୱାଲଙ୍କ ଭୁଲ ତଥ୍ୟ ଯୋଗୁ ସିଙ୍ଗାପୁର ରାଗିଥିଲା ଏବଂ ଭାରତ ସରକାରଙ୍କୁ ଏ ନେଇ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ଏବେ ଗୁରୁବାର ସିଙ୍ଗାପୁର ସରକାର ଆଂଟି ମିସଇନଫର୍ମେଶନ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରେଟେକ୍ସନ ଫ୍ରମ ଅନଲାଇନ ଫଲସହୁଡ ଆଣ୍ଡ ମାନିପୁଲେଶନ(ପିଓଏଫଏମଏ) ଲାଗୁ କରିଛି ।
ସିଙ୍ଗାପୁର ଅନଲାଇନରେ ଫେକ ନ୍ୟୁଜକୁ ରୋକିବା ପାଇଁ ଏହି ନିୟମ ଲାଗୁ କରାଯାଏ । ଏବେ ସିଙ୍ଗାପୁରରେ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ବନ୍ଧିତ କୌଣସି ସୂଚନା ଅନଲାଇନ କିମ୍ବା ସୋସିଆଲ ସାଇଟରେ ପ୍ରସାରିତ ହୋଇପାରିବ ନାହିଁ ।
Comments are closed.