କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ। ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀ ଆଗୁଆ ଜାମିନ ଆବଦେନ କରିଥିଲେ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମମାଲାରେ କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।
ହ୍ୟୁମାନଙ୍କ ମାଆ ଶେଫାଳୀ ସୁନାଙ୍କ ଅଭିଯୋଗ ଆଧାରରେ ମର୍କତ ନଗର ଥାନାରେ ରୁଜୁ ମାମଲାର ତଦନ୍ତ କରୁଛି କମିଶନରେଟ ପୋଲିସ। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ବିଷ ଦେଇ କିମ୍ବା ଶାରୀରିକ କ୍ଷତି ପହଞ୍ଚାଇ ହତ୍ୟା କରାଯାଇଥିବା ଶେଫାଳୀ ସୁନା ଆଶଙ୍କା କରିଛନ୍ତି।
୮ପୃଷ୍ଠାର ଏତଲାରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ ଏବଂ ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କଙ୍କ ବିରୋଧରେ ତଦନ୍ତ ପାଇଁ ଏତଲାରେ ଦାବି କରିଛନ୍ତି ।
Comments are closed.