Latest Odisha News

BREAKING NEWS

ଲତା ମଙ୍ଗେସକରଙ୍କ ସମାଲୋଚନା ସହ୍ୟ କରିପାରିଲେନି ଅଦନାନ, ବିବେକ

ମୁମ୍ବାଇ: ଭାରତର ମହାନ ଗାୟିକା ଲତା ମଙ୍ଗେସକରଙ୍କ ସମାଲୋଚନା କରି ସୋସିଆଲ ସାଇଟରେ ଜଣେ ଯୁବକ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି । ଏପରି କି ଅଦନାନ ସାମି ଓ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଉକ୍ତ ପ୍ରଶଂସକ ଉପରେ ବିରକ୍ତ ହୋଇଛନ୍ତି । ଘଟଣାଟି ଏହିପରି.. ଗୁରୁବାର ଅଦନାନ ସାମି ସୋସିଆଲ ମିଡିଆରେ ଲତା ମଙ୍ଗେସକର, ଆଶା ଭୋଁସଲେ ଓ ନୂରଜାହାଁଙ୍କ ଏକ ଫଟୋ ଶେୟାର କରି ଲେଖିଥିଲେ ଆଇକନିକ ଓ ହିଷ୍ଟୋରିକ । ଏହା ପରେ ଉପରୋକ୍ତ ୟୁଜରଜଣକ ଲେଖିଥିଲେ ଲତା ଜଣେ ଓଭରରେଟେଡ ଗାୟିକା ।

ଏହି କମେଂଟ ଉପରେ ଅଦନାନ ରାଗି କରି ଲେଖିଥିଲେ ବନ୍ଦର କ୍ୟା ଜାନେ ଅଦରକକା ସ୍ୱାଦ । ଯଦି କୌଣସି କ୍ଷେତ୍ରରେ ତୁମର ସନ୍ଦେହ ରହିଛି । ତାହାହେଲେ ଚୁପ୍ ରୁହ । ନିଜକୁ ମୂର୍ଖ ସାବ୍ୟସ୍ତ କରିବାକୁ ଚେଷ୍ଟା କରନି । ନିର୍ଦ୍ଦେଶକ ବିବେକ ଲେଖିଥିଲେ ମାତା ସରସ୍ୱତୀ ଏବଂ ପରମାତ୍ମାଙ୍କୁ ବିଶ୍ୱାସ କରିବାର ଏକମାତ୍ର କାରଣ ହେଲେ ଲତା ମଙ୍ଗେସକର । ସେହିପରି ହେଟର୍ସମାନଙ୍କ ଯୋଗୁ ଶୈତାନ ଥିବା ନେଇ ମଧ୍ୟ ବିଶ୍ୱାସ ଆସି ଯାଇଛି । ଅନ୍ୟ ୟୁଜର୍ସମାନେ ମଧ୍ୟ ଉକ୍ତ ବ୍ୟକ୍ତ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.