Latest Odisha News

BREAKING NEWS

ଅବସର ନେଲେ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ରୁନୀ

ଲଣ୍ଡନ:ଇଂଲଣ୍ଡ ଫୁଟବଲର ମହାନ ଖେଳାଳି ଭାବେ ବିବେଚିତ ୱେନ ରୁନୀ ଶୁକ୍ରବାର ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ଏହି ପ୍ରତିଷ୍ଠିତ ଖେଳାଳି ଡର୍ବି କାଉଂଟିର ମ୍ୟାନେଜର ଦାୟିତ୍ୱ ତୁଲାଇବେ । କ୍ଲବ ତାଙ୍କ ସହ ଅଢ଼େଇ ବର୍ଷ ପାଇଁ ଚୁକ୍ତି କରିଛି । ଆନ୍ତର୍ଜାତୀୟ ସ୍ତରରେ ରୁନୀ ଇଂଲଣ୍ଡ ପକ୍ଷରୁ ୧୨୦ ମ୍ୟାଚ ଖେଳି ସର୍ବାଧିକ ୫୩ ଗୋଲ ସ୍କୋର କରିଛନ୍ତି ।

ସେହିପରି ସର୍ବ କନିଷ୍ଠ ଖେଳାଳି (୧୭ବର୍ଷ) ଭାବେ ସେ ଜାତୀୟ ଦଳ ପକ୍ଷରୁ ଗୋଲ କରିବା କୀର୍ତିମାନ କରିଛନ୍ତି । ମାଚେଂଷ୍ଟର ୟୁନାଇଟେଡ ପକ୍ଷରୁ ରୁନୀ ୨୫୩ ଗୋଲ ସ୍କୋର କରି ରେକର୍ଡ କରିଛନ୍ତି । ତାଙ୍କ ନେତୃତ୍ୱରେ କ୍ଲବ ୫ ଥର ଲିଗ ଟାଇଟଲ ଓ ଚାମ୍ପିୟନ୍ସ ଲିଗ୍ ଟ୍ରଫି ହାସଲ କରିଛି ।

Leave A Reply

Your email address will not be published.