Latest Odisha News

BREAKING NEWS

ଆରପାରିରେ ଅନୁରାଧା ପୋଡଓ୍ବାଲଙ୍କ ପୁଅ ଆଦିତ୍ୟ

ମୁମ୍ବାଇ: ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୋଡଓ୍ବାଲଙ୍କ ପୁଅ ଆଦିତ୍ୟ ପୋଡଓ୍ବାଲଙ୍କ ଆଜି ସକାଳେ ମାତ୍ର ୩୫ ବର୍ଷ ବୟସରେ ଦେହାନ୍ତ ଘଟିଛି।

ସେ କିଡନୀ ସମସ୍ୟାରେ ପିଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ କିଡନୀ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ମିଡ଼ିଆ ରିପୋର୍ଟରୁ ପ୍ରକାଶ।

ତାଙ୍କର ମୃତ୍ୟୁ ନେଇ ଗାୟକ ତଥା ସଂଗୀତକାର ଶକର ମହାଦେବନ୍ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଆଦିତ୍ୟ ଜଣେ ମ୍ୟୁଜିକ ଆରେଞ୍ଜର ଏବଂ ପ୍ରଡ୍ୟୁସର ଥିଲେ। ସେ ‘ଠାକରେ’ ଚଳଚ୍ଚିତ୍ର ସହ ଜଡିତ ଥିବା ବେଳେ ଏହି ଚଳଚ୍ଚିତ୍ରର ଗୀତ ‘ସାହେବ ତୁ’ର ପ୍ରଡ୍ୟୁସର ମଧ୍ୟ ଥିଲେ।

ଆହୁରି ମଧ୍ୟ ଦେଶର ସବୁଠାରୁ କନିଷ୍ଠ ସଙ୍ଗୀତ ପ୍ରଡ୍ୟୁସର ଭାବେ ତାଙ୍କ ନାମ ‘ଲିମକା ବୁକ୍ ଅଫ୍ ରେକର୍ଡସ୍’ ରେ ସ୍ଥାନ ପାଇଛି।

 

Comments are closed.