Latest Odisha News

BREAKING NEWS

ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିଲେ, ପାଇବା ପୂର୍ବରୁ ଚାଲିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମ

ଚେନ୍ନାଇ: ଆଉ ନାହାନ୍ତି କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ । ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି  ଚେନ୍ନାଇର ନୁଙ୍ଗାମ୍ବକ୍କମସ୍ଥିତ ତାଙ୍କ  ବାସଭବନରେ ଦେହାନ୍ତ  ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା ।   ପଦ୍ମଭୂଷଣରେ ସମ୍ମାନ ପାଇଁ ମନୋନୀତ  ହୋଇଥିଲେ କଣ୍ଠଶିଳ୍ପୀ ବାଣୀ ଜୟରାମ  । ହେଲେ ଗ୍ରହଣ କରିବା ପାଇଁ ରହିଲେନି ।  ବାଣୀ ଜୟରାମଙ୍କ ଅକସ୍ମାତ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ସେ ତାଙ୍କ ଜୀବନକାଳ ଭିତରେ ୧୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଏପରିକି ଅନେକ ଓଡ଼ିଆ ଗୀତ ଗାଇ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନକୁ ଛୁଇଁ ଯାଇଛନ୍ତି ।

୨୦୧୮ରେ ବାଣୀ ଜୟରାମଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ୧୯୭୧ରେ  ସଙ୍ଗୀତ ଦୁନିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ବାଣୀ । ୫ ଦଶନ୍ଧୀ ଧରି ସେ ତାଙ୍କ ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନକୁ ବାନ୍ଧି ରଖିପାରିଥିଲେ । ଓଡ଼ିଆ, ତାମିଲ, ତେଲଗୁ, କନ୍ନଡ, ମଲାୟଲାମ, ହିନ୍ଦୀ, ଉର୍ଦ୍ଧୁ, ମରାଠୀ, ବେଙ୍ଗଲି, ଭୋଜପୁରୀ  ପ୍ରାୟ ୧୯ଟି ଭାଷାରେ ସେ କଣ୍ଠଦାନ କରିଛନ୍ତି ।  ବେଷ୍ଟ ଫିମେଲ ସିଙ୍ଗର ଭାବେ ତିନିଥର ନାଶନାଲ ଫିଲ୍ମ ଆୱାର୍ଡ ପାଇଛନ୍ତି । ଏଥି ସହ ତାମିଲନାଡୁ, ଆନ୍ଧ୍ର, କେରଳ, ଗୁଜରାଟ ଏବଂ ଓଡ଼ିଶା  ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଛନ୍ତି ।

୧୯୭୧ରେ ହିନ୍ଦୀ ଫିଲ୍ମ ଗୁଡ୍ଡି ପାଇଁ ସେ ପ୍ରଥମ କଣ୍ଠଦାନ କରିଥିଲେ । ଏମଏସ ବିଶ୍ୱନାଥନ, କେଭି ମହାଦେବନଙ୍କର ବଡ ବଡ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ସେ କାମ କରିଛନ୍ତି। ଓଡ଼ିଆରେ ମେଘ ବରଷିଲା ଟୁପୁରୁ ଟୁପୁରୁ (ଶେଷ ଶ୍ରାବଣ), ମୁକୁନ୍ଦ ମୁରାରୀ କରି ଅନେକ ସୁପର ହିଟ ଗୀତ ଗାଇ ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ।

 

Leave A Reply

Your email address will not be published.