Latest Odisha News

BREAKING NEWS

ମିଳିଛି ପଟ୍ଟା ହେଲେ ହଜିଯାଇଛି ଜମି

ସୁବର୍ଣ୍ଣପୁର : ବିସ୍ଥାପିତଙ୍କ ଜମି ଚିହ୍ନଟ ହେଉନଥିବା ଅଭିଯୋଗ । ୨୦୧୩ରେ ବିସ୍ତଥାପିତଙ୍କୁ ମିଳିଥିଲା ପଟ୍ଟା  । ହେଲେ ଆଜିଯାଏଁ ଚିହ୍ନଟ ହୋଇନି ଜମି  । ତେଣୁ ଆଜି କହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାଁ ଲୋକେ  ।

ସରକାର ଗରିବ, ବିସ୍ଥାପିତ ଓ ଭୂମିହୀନ ମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ କରିଛନ୍ତି । ହେଲେ ଦୀର୍ଘ ୧୦ବର୍ଷ ପୂର୍ବେ ହିତାଧିକାରୀଙ୍କୁ ମିଳିଛି ବାସହିନ ପଟ୍ଟା ହେଲେ ଆଜି ପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇ ପାରିନାହିଁ । ଗାଁ ଲୋକଙ୍କୁ ମିଳିନାହିଁ ସ୍ଥାୟୀ ଘରଡିହ । ଫଳରେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଆର୍‌ଆଇ ଅଫିସ୍‌ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ  । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲକ୍ଷ୍ମୀମୁଣ୍ଡା ରେ ଦେଖିବାକୁ ମିଳିଛି ଲୋକଙ୍କ ଅସନ୍ତୋଷ । ହିତାଧିକାରୀ ମାନେ ବାରମ୍ବାର ଗୁହାରି କରୁଥିଲେ ବି ପ୍ରଶାସନ ଶୁଣୁନଥିବାରୁ ଆଜି ତହସିଲଦାରଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଗ୍ରାମବାସୀଙ୍କର ଯେତେ ଦିନ ପର୍ଯ୍ୟନ୍ତ ଜମି ନମିଳିଛି ସେତେଦିନ ପର୍ଯ୍ୟନ୍ତ ଧାରଣାରୁ ଉଠିବେନି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସେପଟେ ଘଟଣାସ୍ଥଳକୁ ସ୍ଥାନୀୟ ଭାରପ୍ରାପ୍ତ ତହସିଲଦାର ପହଞ୍ଚି ବୁଝାସୁଝା କରିବା ସହ ଶିଘ୍ର ଜମି ଚିହ୍ନଟ କରାଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ହଟିଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.