Latest Odisha News

BREAKING NEWS

ଅଧିକାରୀଙ୍କ ଅବହେଳା ଯୋଗୁଁ NMMS ପରୀକ୍ଷାରୁ ବଞ୍ଚିତ ହେଲେ ମେଧାବୀ ଛାତ୍ରୀ

କାମାକ୍ଷାନଗର : ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା NMMS ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ମେଧାବୀ ଛାତ୍ରୀ  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ଚଳିତ ବର୍ଷ ଫେବୃଆରୀ ମାସ ୧୨ ତାରିଖରେ ହେବାକୁ ଥିବା NMMS ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ନମିଳିବାରୁ ଶର୍ମିଷ୍ଠା ପରୀକ୍ଷା ଦେବାରୁ ବଞ୍ଚିତ ରହିଛନ୍ତି ।

ତେବେ ସରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସାମଲଙ୍କ କହିବା ଅନୁଯାୟୀ, ସଠିକ ଫର୍ମରେ ଶର୍ମିଷ୍ଠାଙ୍କ ଫର୍ମ ଫିଲପ ହୋଇଥିଲା । ଆବେଦନ ହୋଇଥିବା ଫର୍ମର ହାର୍ଡ କପିକୁ ସେ ଦସ୍ତଖତ କରି ପରଜଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠେଇଥିଲେ । ମାତ୍ର ଶର୍ମିଷ୍ଠାଙ୍କ ବାପା ଶତ୍ରୁଘ୍ନ ଭୂୟାଁଙ୍କ କହିବା ଅନୁଯାୟୀ, ଝିଅର ହାର୍ଡ କପି ଜିଲ୍ଲା ଶିକ୍ଷାଧିକାରିଣୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ପାରିନାହିଁ । ସେଥିପାଇଁ ସେ ଆଡ଼ମିଟ କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲା । ତେଣୁ ସେ NMMS ପରୀକ୍ଷା ଦେଇ ପାରିନଥିଲା  ।

ତେବେ ପରଜଙ୍ଗ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କଥାବାର୍ତ୍ତାରେ ତାଳମେଳ ରହୁନଥିବା ପ୍ରକାଶ କରିଛନ୍ତି ଶର୍ମିଷ୍ଠାଙ୍କ ବାପା । ଏ ନେଇ ବ୍ଲକ କିମ୍ବା ଜିଲ୍ଲା ଶିକ୍ଷାଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଉଚିତ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଉଭୟ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରିଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶର୍ମିଷ୍ଠାଙ୍କ ବାପା ଶତ୍ରୁଘ୍ନ ଝିଅ କିପରି ପରୀକ୍ଷା ଦେବ ସେନେଇ ବିନତି କରିଛନ୍ତି  ।

Leave A Reply

Your email address will not be published.