Latest Odisha News

BREAKING NEWS

ବ୍ରଜରାଜନଗର ଉପ-ନିର୍ବାଚନ, ଡ୍ୟୁଟି ସମୟରେ ଦୁଇ ଜଣଙ୍କର ମୃତ୍ୟୁ

ଝାରସୁଗୁଡା (କେ ରୋଶନ ପୃଷ୍ଟି): ବ୍ରଜରାଜନଗର ଉପ-ନିର୍ବାଚନ ମତଦାନ ସମୟରେ ଜଣେ ହୋମଗାର୍ଡଙ୍କ ସମେତ ଦୁଇଜଣ ମତଦାନ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ଉପନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ହୋମଗାର୍ଡ ଅସୁସ୍ଥ ହୋଇପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ତ୍ରିଲୋଚନ ମହାନ୍ତି ବୋଲି ଜଣାପଡିଛି । ତାଙ୍କର ବୟସ ୪୫ । ସେ ବୁଥ ନମ୍ବର ୨୩୮ରେ ନିୟୋଜିତ ଥିଲେ । ସରଦାମାଳ ଗ୍ରାମପଞ୍ଚାୟତରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିଲା ଏହି ବୁଥ । ଆଜି ଶବ ବ୍ୟବଛେଦ ହେବା ପରେ ରିପୋର୍ଟ ଆସିବ ବୋଲି ଜଣାପଡିଛି ।

ସେହିପରି ଅନ୍ୟଜଣେ ହେଉଛନ୍ତି ଦିଲୀପ ଖଡିଆ । ଲୋଇସିଂ ପଞ୍ଚାୟତ ଅନ୍ତର୍ଗତ ଫାଲସାଦିପା ଗ୍ରାମରେ ୧୬୯ ନମ୍ବର ବୁଥରେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁର ପ୍ରକୃତ କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ। ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଯେ ସେ ହୁଏତ ହୃଦ୍‌ଘାତର ଶିକାର ହୋଇଥିବେ। ଖଦଡିଆ ଅନ୍ୟ ଅଧିକାରୀଙ୍କ ସହ ମତଦାନ ବୁଥରେ ଉପସ୍ଥିତ ଥିଲେ, ଯାହା ପରେ ହଠାତ୍ ସନ୍ଧ୍ୟାରେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ବ୍ରଜରାଜନଗର ମାଣ୍ଡାଲିଆ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖଡିଆ ତାଲପାଟିଆ ନିକଟ ଟାଙ୍ଗରପାଲି ଗାଁର ବାସିନ୍ଦା ଥିଲେ ଏବଂ ତାଲପାଟିଆରେ ସହକାରୀ ଶିକ୍ଷକ ଭାବରେ କାର୍ୟ୍ୟ କରୁଥିଲେ ଜ୍ଝ

ଜିଲ୍ଲାପାଳ ତଥା ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀ ସରୋଜ କୁମାର ସାମଲ କହିଛନ୍ତି, ସୂଚନା ପାଇବା ପରେ ହସ୍ପିଟାଲରେ ପହଞ୍ଚିଥିଲି । ପରେ ଡାକ୍ତରଙ୍କ ସହ ଏ ବାବଦରେ ଆଲୋଚନା କରିଛି । ହୃଦଘାତ ଯୋଗୁଁ ମୃତୁ୍ୟ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । କିନ୍ତୁ ଶବ ବ୍ୟବଛେଦ ପରେ ପ୍ରକୃତ ରିପୋର୍ଟ ଆସିବ । ଏବାବଦରେ ଆମେ ନିର୍ବାଚନ କମିଶନଙ୍କୁ ଜଣାଇବୁ । ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ଏବେ ରହିଛି । ସେହିପରି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କାର ବ୍ୟବସ୍ଥା ରହିଛି । ଏଥିସହ ପିଲାମାନଙ୍କ ପାଠ ପଢା ପାଇଁ ଆର୍ଥିକ ସହାୟତା ଦେବୁ ।

Leave A Reply

Your email address will not be published.