ନୂଆଦିଲ୍ଲୀ: ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ । ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିଲେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଲେବନ ଓମ ଜୟ ଜଗଦୀଶ ଓ ଜନ ଗଣ ମନ ନିଜସ୍ୱ ଶୈଳୀରେ ଗାନ କରି ଚର୍ଚ୍ଚାକୁ ଆସିଥିଲେ । ସେ ଭାରତ ଆସିବା ପାଇଁ ବ୍ୟଗ୍ର ବୋଲି କହିଛନ୍ତି । ଆମେରିକାର ପ୍ରଥମ କଳାକାର ଭାବେ ସେ ଭାରତୀୟ ସ୍ୱାଧୀନତା ସମାରୋହରେ ଯୋଗ ଦେବେ । ଦିଲ୍ଲୀ ବ୍ୟତୀତ ଲକ୍ଷ୍ନୌ ଗସ୍ତରେ ମଧ୍ୟ ସେ ଯିବେ ବୋଲି ଜଣାପଡିଛି । ଏକ ସାଂସ୍କୃତିକ ରାଜଦୂତ ଭାବେ ମୋତେ ଆମେରିକା ପକ୍ଷରୁ ନିମନ୍ତ୍ରଣ କରାଯାଇଥିବାରୁ ଗର୍ବିତ ବୋଲି ସେ କହିଛନ୍ତି । ୧୯୫୯ରେ ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ପରି ମୁଁ ଭାରତୀୟବାସୀଙ୍କ ନିକଟରେ ପରିଚିତ ହେବାକୁ ଚାହୁଁଛି । ମିଲବେନ ଭାରତୀୟ ଜାତୀୟ ସଙ୍ଗୀତ ଗାନ କରି ଏହାର ଉଦଘାଟନ କରିବେ । ଭାରତରେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ହେବ ।
BREAKING NEWS
- India Canada Relations: ମାର୍ଚ୍ଚରେ ଭାରତ ଗସ୍ତରେ ଆସିପାାରନ୍ତି କାନାଡା ପ୍ରଧାନମନ୍ତ୍ରୀ
- ବାର୍ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ପ୍ରାଣ, ୨ ଗୁରୁତର
- ବାଜି ଚୌକରେ ପରିବା ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ
- ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ
- HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ
- ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
- ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ
- Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ
- “ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି
Comments are closed.