ନୂଆଦିଲ୍ଲୀ: ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ ଭାରତର ୭୫ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବେ । ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିଲେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଲେବନ ଓମ ଜୟ ଜଗଦୀଶ ଓ ଜନ ଗଣ ମନ ନିଜସ୍ୱ ଶୈଳୀରେ ଗାନ କରି ଚର୍ଚ୍ଚାକୁ ଆସିଥିଲେ । ସେ ଭାରତ ଆସିବା ପାଇଁ ବ୍ୟଗ୍ର ବୋଲି କହିଛନ୍ତି । ଆମେରିକାର ପ୍ରଥମ କଳାକାର ଭାବେ ସେ ଭାରତୀୟ ସ୍ୱାଧୀନତା ସମାରୋହରେ ଯୋଗ ଦେବେ । ଦିଲ୍ଲୀ ବ୍ୟତୀତ ଲକ୍ଷ୍ନୌ ଗସ୍ତରେ ମଧ୍ୟ ସେ ଯିବେ ବୋଲି ଜଣାପଡିଛି । ଏକ ସାଂସ୍କୃତିକ ରାଜଦୂତ ଭାବେ ମୋତେ ଆମେରିକା ପକ୍ଷରୁ ନିମନ୍ତ୍ରଣ କରାଯାଇଥିବାରୁ ଗର୍ବିତ ବୋଲି ସେ କହିଛନ୍ତି । ୧୯୫୯ରେ ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ ପରି ମୁଁ ଭାରତୀୟବାସୀଙ୍କ ନିକଟରେ ପରିଚିତ ହେବାକୁ ଚାହୁଁଛି । ମିଲବେନ ଭାରତୀୟ ଜାତୀୟ ସଙ୍ଗୀତ ଗାନ କରି ଏହାର ଉଦଘାଟନ କରିବେ । ଭାରତରେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ହେବ ।
BREAKING NEWS
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
- ୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
- Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ
Comments are closed.