Latest Odisha News

BREAKING NEWS

ବାଲିଯାତ୍ରାରେ ସୋନାଙ୍କ ଜଲଓ୍ବା, ରଙ୍ଗବତୀରେ ଝୁମିଲେ ଦର୍ଶକ

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ରବିବାର ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର ।

ବଲିଉଡ ଷ୍ଟାର ମ୍ୟୁଜିକ ନାଇଟରେ ପରିବେସିତ ଗୀତ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ କରିଥିଲା । ରୋମାଞ୍ଚିତ ହଜାର ହଜାର ଦର୍ଶକମାନେ ମଧ୍ୟ ଏହି ସନ୍ଧ୍ୟାକୁ ମନଭରି ଉପଭୋଗ କରିବା ସହ ରଙ୍ଗବତୀ ଗୀତର ତାଳେ ତାଳେ ଖୁବ୍ ଝୁମିଥିଲେ ।

ଐତିହାସିକ ବାଲିଯାତ୍ରା ମେଳାରେ ଜମୁଛି ଭିଡ । ଖାସ କରି ଯୁବ ପିଢିଙ୍କ ମଧ୍ୟରେ ବାଲିଯାତ୍ରାକୁ ଆସିଥିବା ବିଭିନ୍ନ କିସମର ଦୋଳିକୁ ନେଇ ଦେଖିବାକୁ ମିଳୁଛି ଢେର ଉତ୍ସାହ ।

ମେଳା ପଡିଆକୁ ବୁଲିବାକୁ ଆସିଥିବା ଜଣେ ଦର୍ଶକ ଏନେଇ କୁହନ୍ତି, ବାଲିଯାତ୍ରା ମେଳାରେ ଦୋଳିରେ ବୁଲିବାର ଅନୁଭୂତି ବେଶ୍ ନିଆରା । ପିଲାଙ୍କ ପାଇଁ ଛୋଟ ଦୋଳି ଏବଂ ଚକ୍ରି ଦୋଳି ରହିଥିବା ବେଳେ ବୟସ୍କଙ୍କ ପାଇଁ ରହିଛି ରାମ ଦୋଳି, ଟେରାଟୋରା, ଡ୍ରାଗନ, ବ୍ରେକ୍ ଡାନ୍ସ, ହାମର ଆଦି ଦୋଳି । ଏହାବ୍ୟତିତ ମେଳାରେ ଲାଗିଥିବା ଷ୍ଟଲ୍କୁ ଯାଇ ବିଭିନ୍ନ କିସମର ଜିନିଷ କିଣିବା ସହ ଖାଦ୍ୟ ଓ ଦୋଳିରେ ଝୁଲିବାର ମଜା ପୂରାପୂରି ନିଆରା ଲାଗୁଛି ।

ସେହିପରି ଜଣେ ଦୋଳି ବ୍ୟବସାୟୀ କହିଛନ୍ତି “ବାଲିଯାତ୍ରା ମେଳାରେ ଦୋଳିର ବେଶ ଭଲ ଚାହିଦା ରହିଛି । ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଲୋକେ ବାଲିଯାତ୍ରା ମେଳାକୁ ଆସି କିଣାକିଣି କରିବା ସହ ଏସବୁ ଦୋଳିର ମଜା ନେଉଛନ୍ତି । ମେଳାରେ ଲାଗିଥିବା ଏସବୁ ଦୋଳିର ଦର ୨୦ଟଙ୍କାରୁ ଆରମ୍ଭ କରି ୧୦୦ଟଙ୍କା ପର‌୍ୟ୍ୟନ୍ତ ରହିଛି । ଦିନକୁ ଦିନ ମେଳାରେ ଲୋକଙ୍କ ଭିଡ ବଢୁଥିବାରୁ ବ୍ୟବସାୟ ନିଶ୍ଚିତରୂପେ ଭଲ ହେବ ବୋଲି ଆଶା ରଖିଛୁ ।

Leave A Reply

Your email address will not be published.