Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

 ତା ୧୮-୧୧-୨୦୧୯ ସୋମବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୮ ରିଖ ସୋମବାର ବିଛା ୨ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର- ମିଥୁନ ରାଶିର
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ

ମେଷ :
ଦାମ୍ପତ୍ୟ ଜୀବନ ସୁଖମୟ ହେବ ବାହରକୁ ବୁଲିବାକୁ ଯିବାର ଯୋଗ ଅଛି। ସଫଳତା ମିଳିବ। ଆପଣଙ୍କ ହଜି ଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ଅଛି। ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସମ୍ପର୍କ ସ୍ଥାପନ ହେବ ।

ବୃଷ :
ଆଜିର ଦିନ ଶୁଭଫଳ ଦାୟକ ହେବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ, ମାନସିକ ସୁସ୍ଥତା ମିମିଳିବ। ଆର୍ଥିକ ଲାଭ ହେବ। ଆନନ୍ଦପୂର୍ଣ୍ଣ ସମାଚାର ମିଳିବ। ସ୍ଵାସ୍ଥ୍ୟ ଅନୁକୂଳ ରହିବ।

ମିଥୁନ :
ଆଜି ସନ୍ତାନ ଏବଂ ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି। ବାଦ-ବିବାଦରେ ଜୟଯୁକ୍ତ ହେବେ । ମହିଳା ମାନେ ମିତ୍ରମାନଙ୍କ ଦ୍ଵାରା ଖର୍ଚ୍ଚ କିମ୍ବା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି। ପେଟ ସମ୍ବନ୍ଧିତ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ ଏବଂ ଯାତ୍ରା ଆଜି ରନ୍ତୁନାହିଁ।

କର୍କଟ :
ଶାରୀରିକ-ମାନସିକ ଅସୁସ୍ଥତା ଅନୁଭବ ହୋଇପାରେ। ଛାତିରେ ଯନ୍ତ୍ରଣା କିମ୍ବା କୌଣସି କାରଣରୁ ପରିବାରରେ ଅଶାନ୍ତି ହୋଇପାରେ। କୌଣସି ମହିଳାଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି।

ସିଂହ :
କାର୍ଯ୍ୟରେ ସଫଳତା ଏବଂ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟୀ ହେବେ । ପ୍ରସନ୍ନତା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶି ଘରେ କୌଣସି ଆୟୋଜନ କରିବେ। ସ୍ଵାସ୍ଥ୍ୟ ଉତ୍ତମ ରହିବ। ଆର୍ଥିକ ଲାଭ ମିଳିବ, ପ୍ରିୟଜନମାନଙ୍କର ସାକ୍ଷାତ ହେବ ।

କନ୍ୟା :
ପରିବାରରେ ଆଜି ଆନନ୍ଦର ବାତାବରଣ ରହିବ। ଉତ୍ତମ ବ୍ୟବହାରକୁ ନେଇ ଆପଣ ଲୋକପ୍ରିୟତା ପ୍ରାପ୍ତ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥି ମାନଙ୍କ ପାଇଁ ଆଜି ଶୁଭ ପ୍ରଦ ହେବ ।

ତୁଳା :
ଶାରୀରିକ, ମାନସିକ ସୁସ୍ଥତା ଦେଖାଦେବ । ଆପଣଙ୍କ ରଚନାତ୍ମକ ଯୋଗ୍ୟତା କାରଣରୁ ଆପଣ ପ୍ରଶଂସା ପ୍ରାପ୍ତ କରି ପାରିବେ। ମନୋରଞ୍ଜନର ପ୍ରବୃତ୍ତିରେ ସାଙ୍ଗ ତଥା ପରିଜନମାନଙ୍କ ସହିତ ଭାଗ ନେବେ। ଆର୍ଥିକ ଲାଭ ହେବ ।

ବିଚ୍ଛା :
ଆମୋଦ-ପ୍ରମୋଦ, ମନୋରଞ୍ଜନ ପଛରେ ଧନ ବ୍ୟୟ ହୋଇପାରେ। ମାନସିକ ଚିନ୍ତା ଏବଂ ଶାରୀରିକ କଷ୍ଟର କାରଣରୁ ଚିନ୍ତିତ ହୋଇପାରନ୍ତି । କଥାବାର୍ତ୍ତାରେ କାହା ସହିତ ଭୁଲ ବୁଝାବଣା ନ ହେଉ, ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଧନୁ :
ଆର୍ଥିକ, ସାମାଜିକ ଏବଂ ପାରିବାରିକ ଦୃଷ୍ଟିରୁ ଆପଣଙ୍କପାଇଁ ଆଜିର ଦିନ ଲାଭଦାୟୀ ହେବ।ଗୃହସ୍ଥ ଜୀବନର ଆନନ୍ଦ ମିମିଳିବ ପ୍ରେମର ସୁଖଦ ଅନୁଭୂତି ହେବ। ମିତ୍ରମାନଙ୍କ ସହିତ କୌଣସି ରମଣୀୟ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି ।

ମକର :
ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଆପଣଙ୍କପାଇଁଁ ଆଜି ଶୁଭ ଦିନ ଅଟେ।ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ କିମ୍ବା ଚାକିରିରେ ଉଚ୍ଚ ପଦାଧିକାରି ମାନଙ୍କ ଦ୍ଵାରା ଆପଣ ପ୍ରଶଂସିତେ ହେବେ। ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ ।

କୁମ୍ଭ :
ଆଜି ଆଳସ୍ୟ ଅନୁଭବ କରିପାରନ୍ତି। ମାନସିକ ଅସୁସ୍ଥତା ଦେଖାଦେବ । ଅଫିସ୍ ତଥା କାମ-କାର୍ଯ୍ୟରେ ଉଚ୍ଚ ପଦାଧିକାରି ମାନଙ୍କର ମନୋମାଳିନ ହୋଇପାରେ। ଅପରାହ୍ନରେ ଭଲ ସମାଚାର ମିଳିପାରେ ।

ମୀନ :
ସ୍ଵାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବେ। ଅଚାନକ ଧନ ଖର୍ଚ୍ଚ ହୋଇପାରେ। କାମକାର୍ଯ୍ୟରେ ଆପଣଙ୍କୁ ଟିକେ ପ୍ରତିକୂଳତା ଅନୁଭବ କରିବାକୁ ପଡ଼ିପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଆଶଂକା ଅଛି ।

Leave A Reply

Your email address will not be published.