ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ରୁପା ଛାଉଣୀ କାମ । ଯମଶିଳା ଉପରି ଭାଗ ପଥର ବନ୍ଧରେ ରୁପା ଛାଉଣୀ କାମ କରାଯାଇଛି । ସେହିପରି ପତିତପାବନଙ୍କ ନିକଟ ପଥର ମଣିବନ୍ଧକୁ ରୁପା ଛାଉଣୀ କରାଯାଇଛି । ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ରୁପା ଛାଉଣୀ କରାଯାଉଛି । ସିଂହଦ୍ବାର ଗୁମୁଟ ବନ୍ଦ ଥିବା ବେଳେ ଏହି କାର୍ଯ୍ୟ କରାଯାଇଛି ।
ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଅଧିକ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୂପା ଛାଉଁଣି କରାଯିବ। ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ ବି ରୁପା କରିବାକୁ ପ୍ରସ୍ତାବ ରହିଥିଲା । ଏହା ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନିଆଯାଇଥିଲା । ତେବେ ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ କରିବାକୁ ଯୋଜନା କରାଯାଇଥିବା ବେଳେ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇଛି ।