Latest Odisha News

‘ସିଙ୍ଘମ ଏଗେନ’ର ପ୍ରଥମ ପୋଷ୍ଟର ରିଲିଜ୍‌, ଭାଇରାଲ ହେଲା ଅଜୟଙ୍କ ଲୁକ୍‌

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ସିଘଂମ ଏଗେନ୍‌ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି । ରୋହିତ୍ ନିଜେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏଥିରେ ମୁଖ୍ୟ କଳାକାର ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍‌କୁ ସେୟାର କରିଛନ୍ତି । ଏହାର ସୁଟିଂ ଚାଲିଥିବା ବେଳେ ରୋହିତ ଧୀରେ ଧୀରେ ଫିଲ୍ମର ସମସ୍ତ କଳାକାରଙ୍କ ଲୁକ୍ ସେୟାର କରୁଥିବା ଦେଖାଯାଇଛି । ପୋଷ୍ଟରର ଗୋଟିଏ ପାର୍ଶ୍ୱରେ ଅଜୟ ଦେବଗନ ନଜର ଆସିଥିବା ବେଳେ ଦ୍ୱିତୀୟ ପାର୍ଶ୍ୱରେ ସିଂହର ମୁହଁ ରହିଛି । ଫଟୋ ସେୟାର କରି ରୋହିତ ଲେଖିଛନ୍ତି, ସିଂହ ଆତଙ୍କ ସୃଷ୍ଟି କରେ ଏବଂ ଆହତ ସିଂହ ବିନାଶ ସୃଷ୍ଟି କରେ । ସମସ୍ତଙ୍କର ପ୍ରିୟ ବାଜିରାଓ ‘ସିଙ୍ଘମ’ ଫେରି ଆସିଛନ୍ତି । ‘ସିଙ୍ଘମ ଏଗେନ’ ।

BjdElectrycity

‘ସିଙ୍ଘମ’ ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବଂ ସାଉଥ ଷ୍ଟାର କାଜଲ ଅଗ୍ରୱାଲ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ଏହା ପରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଓ ଅଜୟ ଦେବଗନଙ୍କୁ ନେଇ ଫିଲ୍ମର ଦ୍ୱିତୀୟ ଭାଗ ‘ସିଙ୍ଘମ ରିଟର୍ନ’ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ଭଲପାଇବା ମିଳିଥିଲା । ଫିଲ୍ମର ୨ଟି ଭାଗ ସୁପରହିଟ ହେବା ପରେ ଏବେ ରୋହିତ ସେଟ୍ଟୀ ପୁଣି ଥରେ ‘ସିଙ୍ଘମ’ର ତୃତୀୟ ଭାଗ ନେଇ ଆସୁଛନ୍ତି । ଏହି ଚଳଚ୍ଚିତ୍ରର ତୃତୀୟ ଭାଗର ନାମ ‘ସିଙ୍ଘମ ଏଗେନ’ ରହିଛି ।

Leave A Reply

Your email address will not be published.