Latest Odisha News

BREAKING NEWS

ଚୋର ସନ୍ଦେହରେ ନିର୍ଧୁମ ଛେଚିଲେ ଲୋକେ: ୨ ମୃତ୍ୟୁ, ଜଣେ ଗୁରୁତର

ବରଗଡ଼: ୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାରେ। ମୃତ ଦୁଇ ଯୁବକ ହେଉଛନ୍ତି ବିଜୟ ବାଗ ଓ ବିକୁ ଜାଲ।

ବିଜୟଙ୍କ ଘର ବରଗଡ଼ ସଦର ଥାନା ଅନ୍ତର୍ଗତ ପାଣ୍ଡରିପଥର ଗାଁରେ ଥିବା ବେଳେ ବିକୁଙ୍କ ଘର ସମ୍ବଲପୁରରେ। ସେହିପରି ଗୁରୁତର ଥିବା ଯୁବକ ଜଣଙ୍କ ହେଉଛନ୍ତି ପାଣ୍ଡରିପଥର ଗାଁର ସୁରତ କର୍ମୀ। ଏହି ତିନି ଜଣ ଯୁବକ ଅନେକ ଦିନରୁ ନିଶା ଶକ୍ତ ଅବସ୍ଥାରେ ଭେଡେନ ରୋଡ଼ ସାହୁଟିକ୍ରା ଛକଠାରେ କଲେଜ ଛାତ୍ରୀମାନଙ୍କୁ ଦିନ ଦିପହରେ ଛୁରୀ ଦେଖାଇ ଲୁଟ କରୁଥଲେ। ତେବେ ଆଜି ତାଙ୍କ ଭାଗ୍ୟ ସାହାୟ ହେଲା ନାହିଁ। ଠିକ ଲୁଟ ସମୟରେ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇ ଲହୁ ଲୁହାଣ ହୋଇ ପଡ଼ିଥିଲେ।

ଲୋକଙ୍କ ମାଡ଼ରେ ଘଟଣାସ୍ଥଳରେ ବିଜୟ ବାଗଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍ ବିକୁ ଓ ସୁରତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ଟାଉନ୍ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିକୁଙ୍କର ମୃତ୍ୟୁ ଘଟିଛି। ଗୁରୁତର ସୁରତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.