Latest Odisha News

BREAKING NEWS

ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଆଜି ମତଦାନ

ନୂଆଦିଲ୍ଲୀ: ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପଡ଼ିବ ଭୋଟ । ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯାଉଛି । ସକାଳୁ ସକାଳୁ ଆରମ୍ଭ ହୋଇଛି ଭୋଟିଂ । କୋଭିଡ୍ କଟକଣା ଓ ଗାଇଡଲାଇନ ଅନୁସାରେ ମତଦାନ ଚାଲିଛି । ଶାନ୍ତିଶୃଙ୍ଖଳାରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରଛନ୍ତି ଭୋଟର ।

ତାମିଲନାଡୁରେ ୨୩୪ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯାଉଛି । କେରଳରେ ୧୪୦ ଓ ପୁଡୁଚେରୀରେ ୩୦ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ତାମିଲନାଡୁରେ ଡିଏମକେ-କଂଗ୍ରେସ ମେଣ୍ଟ ଓ ଏଆଇଏଡିଏମକେ-ବିଜେପି ମେଣ୍ଟ ମଧ୍ୟରେ ଟକ୍କର । ସେହିପରି କେରଳରେ ଏଲଡିଏଫ ଓ ୟୁଡିଏଫ୍ ମଧ୍ୟରେ କଡ଼ା ମୁକାବିଲା ହେଉଛି । ପୁଡୁଚେରୀରେ କଂଗ୍ରେସ ଓ ବିଜେପି ମେଣ୍ଟ ମଧ୍ୟରେ ଲଢେଇ ।

Leave A Reply

Your email address will not be published.