Latest Odisha News

BREAKING NEWS

ୱିମ୍ବେଲଡେନ ଟେନିସ: ସିନରଙ୍କ ୧୩ କୋଟି ଟଙ୍କା କଟିିଯିବ

ଲଣ୍ଡନ: ଇଟାଲୀର ୟାନିକ ସିନର ସ୍ପେନର କାର୍ଲୋସ ଆଲାକରାଜଙ୍କୁ ପରାସ୍ତ କରି ୱିମ୍ବେଲଡେନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଏହା ତାଙ୍କର ପ୍ରଥମ ୱିମ୍ବେଲଡେନ ଟାଇଟଲ । ଟାଇଟଲ ଜିତିବା ପରେ ସିନରଙ୍କ ୧୩ କୋଟି ପୁରସ୍କାର ରାଶି କଟିଯାଇଛି । ଆସନ୍ତୁ ଜାଣିବା କଣ ପାଇଁ ଏତେ ମୋଟା ଅଙ୍କର ଅର୍ଥ କଟିଲା । ଓଏଏସ ୱେଲଥର ଟ୍ୟାକ୍ସ ଡାଇରେକ୍ଟର ଶେନ ପ୍ୟାକର୍ଡଙ୍କ କହିବା ଅନୁସାରେ ୱିମ୍ବେଲଡେନ ଜିତିଲେ ପୁରସ୍କାର ରାଶି ବାବଦକୁ ୩୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଥାଏ । ପରେ ଏହା ଉପରେ ୩୬.୫୨ ପ୍ରତିଶତ ପ୍ରଭାବୀ କର ଲଗା ଯାଇଥାଏ । ଫଳରେ ସିନରଙ୍କୁ ମାତ୍ର ୨୧ ଟଙ୍କା ମିଳିବ ।

ଇଟାଲୀର ଏହି ଖେଳାଳିଙ୍କ ବ୍ୟତୀତ ଅନ୍ୟମାନଙ୍କୁ ପୁରସ୍କାର ରାଶି ବାବଦକୁ ଅତିରିକ୍ତ କର ଦେବାକୁ ପଡି ନ ଥାଏ । ନୋଭାକ ଜୋକୋଭିଚ, ଡେନିୟଲ ମେଡେଡେଭ, ହୋଲଗର ରୁନ ଓ ଷ୍ଟିଫେନ ସିପିସିଶିଙ୍କ ପରି ଖେଳାଳି ମନାକୋରେ ରହିଥାନ୍ତି । ଯାହାକି ଏକ କରମୁକ୍ତି ସ୍ଥାନ । ଏଠାରେ ପୁରସ୍କାର ରାଶି ବାବଦକୁ କୌଣସି ଅର୍ଥ କଟା ଯାଇ ନ ଥାଏ ।

Comments are closed.