ଓଲ୍ଡ ଟ୍ରାଫେଡ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ଜୁଲାଇ ୨୩ରୁ ଓଲ୍ଡ ଟ୍ରାଫେଡରେ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଲର୍ଡସ ଟେଷ୍ଟ ପରେ ଟିମ ଇଣ୍ଡିଆ ଖେଳାଳିଙ୍କ ଆଘାତ ସମସ୍ୟା ନେଇ ଅଡୁଆରେ ପଡିଛି । ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶଦୀପ ଆଘାତପ୍ରାପ୍ତ ହୋଇଥିବା ବେଳେ ରିଷଭ ପନ୍ତଙ୍କ ଆଙ୍ଗୁଳିରେ ମଧ୍ୟ ବଲ ବାଜିଥିଲା । ଷ୍ଟାର ବୋଲର ଯଶପ୍ରୀତ ବୁମରାହଙ୍କ ଖେଳିବା ନେଇ ମଧ୍ୟ ସସ୍ପେନ୍ସ ରହିଥିଲା । ସୋମବାର ମହମ୍ମଦ ସିରାଜ କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ୪ର୍ଥ ଟେଷ୍ଟରେ ବୁମରାହ ଖେଳିବେ । ରିଷଭ ପନ୍ତଙ୍କୁ ନେଇ କୌଣସି ତାଜା ତଥ୍ୟ ମିଳିପାରି ନାହିଁ ।
ଟିମ କମ୍ବିନେଶନ ନେଇ କିଛି କହିବାକୁ ସିରାଜ ମନା କରି ଦେଇଥିଲେ । ଟିମ ମ୍ୟାନେଜମେଂଟ ଯେଉଁ ଏକାଦଶ ଚୟନ କରିବେ ସେମାନେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିବେ । ବୁମରାହ ୨ଟି ମ୍ୟାଚ ଖେଳି ୧୨ଟି ୱିକେଟ ଅକ୍ତିଆ କରିଛନ୍ତି । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ କିମ୍ବା ଡ୍ରର ଆବଶ୍ୟକତା ରହିଛି । ଅପରପକ୍ଷରେ ଘରୋଇ ଟିମ ଏହି ମ୍ୟାଚକୁ ଜିତି ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିବ ।
Comments are closed.