ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ପେସ ବୋଲର ମହମ୍ମଦ ସିରାଜ ଆଇପିଏଲ ୨୦୨୫ରେ ନିଜର କ୍ୟାରିଅରର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ମାତ୍ର ୧୭ ରନ ଦେଇ ୪ଟି ଉଇକେଟ ନେଇ ଗୁଜରାଟ ଟାଇଟନ୍ସକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି। ଏହି ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା, ଯେଉଁଠାରେ ସିରାଜଙ୍କ ପରିବାର ଏବଂ ତାଙ୍କ ପିଲାଦିନର ସ୍ମୃତି ରହିଛି ବୋଲି କହିଛନ୍ତି।
ମ୍ୟାଚ ପରେ ପ୍ରେଜେଣ୍ଟେସନରେ ସିରାଜ ଖୋଲା ହୃଦୟରେ ନିଜର ଅଭିଜ୍ଞତା କହିଛନ୍ତି। ସେ କହିଛନ୍ତି ଯେ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ନ ପାଇବା ପରେ ସେ ଏକ ବଡ଼ ଆଘାତ ପାଇଥିଲେ। “ଟିମରେ ସାମିଲ ହୋଇ ନ ପାରିବା ମୋ ପାଇଁ କଷ୍ଟଦାୟକ ଥିଲା, କିନ୍ତୁ ମୁଁ ନିଜକୁ ସମ୍ଭାଳିଲି କାରଣ ମୋ ପାଇଁ ଆଗକୁ ଅନେକ କିଛି କରିବାକୁ ବାକି ଅଛି,” ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜାତୀୟ ଦଳରେ ସ୍ଥାନ ନ ମିଳିବାରୁ ଯଦିଓ ସେ ନିରାଶ ଥିଲେ । କିନ୍ତୁ ନିଜ ଭିତରେ ଥିବା କୁହୁଳୁଥିବା ଅସନ୍ତୋଷକୁ ଏକ ଭଲ ମାଧ୍ୟମରେ ଦେଖାଇବାକୁ ଯାଇ ଆଇପିଏଲକୁ ଅପେକ୍ଷା କରିଥିଲେ ବୋଲି ଜଣାପଡ଼ିଛି । ନିଜ ଘରୋଇ ମାଟି ହାଇଦ୍ରାବାଦରେ ପରିବାର ସାମ୍ନାରେ ଏହି ସଫଳତା ତାଙ୍କ ପାଇଁ ଆହୁରି ସ୍ମରଣୀୟ ହୋଇଛି। ଯଦିଓ ସେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁ ନଥିଲେ, ତଥାପି ଏହି ବିଜୟ ତାଙ୍କ ପାଇଁ ବ୍ୟକ୍ତିଗତ ସଫଳତା।
ଏହି ମ୍ୟାଚ ସିରାଜଙ୍କ ପାଇଁ କେବଳ ଏକ ଖେଳ ନୁହେଁ, ବରଂ ନିଜ ଭିତରେ ଥିବା ପ୍ରତିଭାକୁ ଦୁନିଆ ଆଗରେ ଦେଖାଇ ପାରିଛନ୍ତି ।
Comments are closed.