ସିଡନୀ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଶଂସକ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ ଦେଇଛନ୍ତି । ଏପରି କି ସେ ଫିଲ୍ଡିଂ କରୁଥିବା ବେଳେ କିଛି ଦର୍ଶକ ତାଙ୍କୁ ଏବଂ ଯଶପ୍ରୀତ ବୁମରାଙ୍କୁ ଗାଳିମନ୍ଦ କରିଥିଲେ । ଏପରି କି ଜଣେ ଦର୍ଶକ ସିରାଜଙ୍କୁ ମାଙ୍କଡ ବୋଲି କହିଥିଲେ । ସିଡନୀ ଟେଷ୍ଟର ତୃତୀୟ ଦିନ ବୁମରାହ ଓ ସିରାଜ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ନିକଟରେ ଜାତିଗତ ମନ୍ତବ୍ୟ ଦେଇଥିବାର ଅଭିଯୋଗ କରିଛନ୍ତି ।
କିଛି ଦର୍ଶକ ଏହି ଦୁଇ ଖେଳାଳିଙ୍କୁ ଖରାପ ଭାଷାରେ ଗାଳି ଦେବା ସହିତ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ମ୍ୟାଚ୍ ରେଫରୀଙ୍କ ପାଖରେ ଏହାର ଅଫିସିଆଲ ଅଭିଯୋଗ କରିଥିଲେ । ତୃତୀୟ ଦିନର ଖେଳ ଶେଷ ହେବାପରେ କ୍ୟାପଟେନ୍ ଆଜିଙ୍କ୍ୟ ରହାଣେ ମ୍ୟାଚ୍ ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
Comments are closed.