Latest Odisha News

BREAKING NEWS

ବନ୍ଦ ହୋଇଗଲା ଆମେରିକାର ସିଲିକନ ଭ୍ୟାଲୀ ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକାର ୧୬ତମ ବଡ ବ୍ୟାଙ୍କ ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହୋଇଯାଇଛି । କ୍ୟାଲିଫୋର୍ଣ୍ଣିୟାର ଡିପାର୍ଟମେଂଟ ଅଫ ଫାଇନାନ୍ସିଆଲ ପ୍ରୋଟେକ୍ସନ ଓ ଇନୋଭେଶନ ପକ୍ଷରୁ ବ୍ୟାଙ୍ଗ ରେଗୁଲେଟର୍ସକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ ହୋଇଛି । ଆମେରିକା ଇତିହାସରେ ୨୦୦୮ ପରେ ଆର୍ଥୀକ ମାନ୍ଦାବସ୍ଥାର ବଡ ଧରଣର ବିଫଳତାର ଏହା ଦ୍ୱିତୀୟ ଉଦାହରଣ । ବ୍ୟାଙ୍କର ମୂଳ କମ୍ପାନୀ ଏସଭିବି ଫାଇନାନ୍ସିଆଲ ଗ୍ରୁପର ଶେୟାର ୯ ମାର୍ଚ୍ଚରେ ୬୦ ପ୍ରତିଶତ ତଳକୁ ଖସି ଯାଇଥିଲା । ପୂର୍ବରୁ ବ୍ୟାଙ୍ଗରେ ଡିପୋଜିଟ କରିବା ପାଇଁ ଗ୍ରାହକମାନେ ଏତେଟା ଆଗ୍ରହ ଦେଖାଉ ନ ଥିଲେ । ଶେୟାରର ଅବନ୍ନତି ପରେ କରୋବାରକୁ ବନ୍ଦ କରି ଦିଆଯାଇଛି । ଏଫଡିଆସି ଗ୍ରାହକଙ୍କ ଅର୍ଥକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କକୁ ନିର୍ଦ୍ଦେଶ ନେଇଛି ।

ବର୍ତମାନ ଏହି ବ୍ୟାଙ୍କ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲିବ । ଏହି ସମୟ ମଧ୍ୟରେ ଗ୍ରାହକମାନେ ସେମାନଙ୍କ ଅର୍ଥ ଉଠାଇପାରିବେ । ୨.୫କୋଟି ଟଙ୍କା ପର୍ଯ୍ୟନ୍ତ ଜମା ରାଶି ବ୍ୟାଙ୍କ ଫେରସ୍ତ କରିବ । ଏହାଠାରୁ ଅଧିକ ବର୍ତମାନ ପରିସ୍ଥିତିରେ ଦେଇ ହେବ ନାହିଁ ବୋଲି କୁହାଯାଇଛି । ବ୍ୟାଙ୍କ ବନ୍ଦ ହେବା ଯୋଗୁ ଅନେକଗୁଡିଏ ଭାରତୀୟ କମ୍ପାନୀ କ୍ଷତିଗ୍ରସ୍ତ ହେବେ । ଏସଭିବି ଭାରତରେ ୨୧ଟି ଷ୍ଟାର୍ଟଅପ ନିବେଶ କରାଇଥିଲା । ଏସଏଏଏସ-ୟୁନିକର୍ଣ୍ଣ ଆଇସର୍ଟିସ ସବୁଠାରୁ ବେଶୀ କ୍ଷତି ସହିବ । ବ୍ଲୁୃଟେନ, ପେଟିଏମ, ୱାନ୯୭ କମ୍ୟୁନିକେଶନ, ପେଟିଏମ ମଲ, ନାପତୋଲ, କାରୱାଲେ ଓ ଲୟାଲ୍ଟି ରିଭାଇଜଡ କମ୍ପାନୀ ପ୍ରଚୁର ପରିମାଣର କ୍ଷତି ସହିବେ ।

Leave A Reply

Your email address will not be published.