Latest Odisha News

BREAKING NEWS

ମଦ ଦୁର୍ନୀତି: ସିସୋଡିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ଶକ୍ତ ଧକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସିସୋଡିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର । ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ ପାଇବା ପରେ ସାକ୍ଷୀମାନଙ୍କୁ ପ୍ରଭାବିତ କରି ପାରନ୍ତି । ସିସୋଡିଆ ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ । ସିବିଆଇ ଏହି ଜାମିନ ଆବେଦନ ନିଷ୍ପତିକୁ ବିରୋଧ କରି କହିଥିଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଡିଆଙ୍କ ପାଖରେ ୧୮ଟି ବିଭାଗ ରହିଥିଲା । ଅଫିସ ଓ ସରକାରୀ କର୍ମଚାରୀଙ୍କ ଉପରେ ଏହାର ସିଧା ପ୍ରଭାବ ରହିବ । ଉଚ୍ଚ ପଦବୀରେ ଥିବା ତାଙ୍କ ପାର୍ଟିର ସହଯୋଗୀ ଯାଂଚକୁ ପ୍ରଭାବିତ କରି ପାରନ୍ତି । ଏ ନେଇ କୋର୍ଟ ଚିନ୍ତା କରିବା ଉଚିତ ।

ଅପରପକ୍ଷରେ ରାଜନୈତିକ ଶତ୍ରୁତାକୁ ନେଇ ସିସୋଡିଆଙ୍କୁ ଟାର୍ଗେଟ କରାଯାଉଛି ବୋଲି ଆପ ଅଭିଯୋଗ ଆଣିଛି । ତେବେ ଏ ସବୁ ସତ୍ୱେ ମଦ ଦୁର୍ନୀତି ମାମଲାରେ ସିସୋଡିଆ ଦିନକୁ ଦିନ ଫସିବାରେ ଲାଗିଛନ୍ତି । ସିସୋଡିଆଙ୍କ ବିପକ୍ଷରେ ଇଡି ଦାଖଲ କରିଥିବା ଚାର୍ଜଶିଟର ଶୁଣାଣୀ ମଧ୍ୟ ଖୁବ ଶୀଘ୍ର ହେବ । ସେ ୬୨୨ କୋଟି ଟଙ୍କା ଲାଂଚ ବାବଦକୁ ନେଇଥିବା ଇଡି ଚାର୍ଜଶିଟରେ ଦର୍ଶାଇଛି ।

Leave A Reply

Your email address will not be published.