Latest Odisha News

ବାଲିଗୁଡ଼ାରେ ବାଘ ! ବନ ବିଭାଗ କହିଲା ଗୁଜବ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଖେଳି ଯାଇଛି ବାଘ ଆତଙ୍କ । ଭୟଭୀତ ହୋଇ  ପଡ଼ିଛନ୍ତି ଲୋକେ । ବାଲିଗୁଡା ସହରର ବଡଗାଁ ନିକଟ ଖଡଗ ନଦୀ କୂଳରେ ୨ଟି ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ଏକପ୍ରକାର ଆତଙ୍କ ଖେଳି ଯାଇଛି । ହେଲେ ବନ ବିଭାଗ ଏପରି ଅଭିଯୋଗକୁ ଖଣ୍ଡନ କରିଛି । ବିନ ବିଭାଗ ପକ୍ଷରୁ କୁହାଯାଇଛି ବାଘ ଆତଙ୍କ ଏକ ଗୁଜବ । ଏହି ଅଞ୍ଚଳରେ ବାଘ ନାହିଁ । ଏପରିକି ଲୋକଙ୍କୁ ଏପରି ଗୁଜବ ପ୍ରତି ବିଶ୍ୱାସ ନ କରିବା ପାଇଁ ନିବେଦନ କରିଛନ୍ତି ବନାଞ୍ଚଳ ଅଧିକାରୀ ।

BjdElectrycity

ବାଲିଗୁଡା ଖଡଗ ନଦୀ କୂଳରେରେ ଥିବା ପମ୍ପ ହାଉସର ୨ ଜଣ କର୍ମଚାରୀ ଗତକାଲି ରାତିରେ ବାଘର ରଡି ଶୁଣିଥିବା ଏବଂ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ । ଏପରିକି ବାଘ ସେମାନଙ୍କୁ ଦେଖି ଗୋଡାଇଥିବା ମଧ୍ୟ ସେମାନେ କହିଥିଲେ । ତା ଛଡା ବଡଗାଁ କନ୍ୟାଶ୍ରମ ପଛପଟେ ବାଘ ପାଦଚିହ୍ନ ପଡିଥିବା ଗ୍ରାମବାସୀ ଦେଖିଥିଲେ । ଏହାର ୧୫ ଦିନ ପୂର୍ବରୁ ଆଉ ଜଣେ ପମ୍ପ ହାଉସ କର୍ମଚାରୀ ମଧ୍ୟ ନଦୀ ନିକଟରେ ୨ଟି ବାଘ ଥିବା ଦେଖିବାକୁ ପାଇଥିଲେ ବୋଲି କହିଥିଲେ ।

ଏହି ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ଖେଳି ଯାଇଥିଲା ।  ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ରାତି ତମାମ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଥିଲେ ।

ହେଲେ  ମିଳିଥିବା ପାଦ ଚିହ୍ନ କୌଣସି ବାଘର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ । ଅନ୍ୟପଟେ ଏହି ଅଞ୍ଚଳରେ ବାଘ ନାହିଁ । ଏପରି ଗୁଜବରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେବା ସହ ବନ ବିଭାଗକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବନାଞ୍ଚଳ ଅଧିକାରୀ ।

ତେବେ ଅଞ୍ଚଳବାସୀ ଏବେ ପମ୍ପ ହାଉସ କର୍ମଚାରୀ କହୁଥିବା ଆଖି ଦେବା ଘଟଣାକୁ ବିଶ୍ୱାସ କରିବେ ନା ବନ ବିଭାଗ କଥାକୁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

Leave A Reply

Your email address will not be published.