ରାୟପୁର: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇବସାରେ ଜଣେ ୨୬ ବର୍ଷ ବୟସ୍କ ଆଦିବାସୀ ସଫ୍ଟଓ୍ବେର ଇଞ୍ଜିନିୟରଙ୍କୁ ଗଣବଳାତ୍କାର ମାମଲାର ତଦନ୍ତ କରିବ ଏସଆଇଟି । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଖୋଜୁଛି । ଗତ ଅକ୍ଟୋବର ୨୦ ତାରିଖ ଦିନ ଯୁବତୀ ତାଙ୍କର ଜଣେ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇବା ସହ ମାଡ଼ ମାରିଥିଲେ ପରେ ଗଣଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ ତାଙ୍କ ଟଙ୍କା ସହ ମୋବାଇଲ ଲୁଟି ନେଇଥିଲେ ସେହି ଯୁବକ । ପୀଡ଼ିତା ବାଙ୍ଗାଲୋରରେ ଚାକିରି କରିଥିବା ବେଳେ ଏବେ ଓ୍ବାର୍କ ଫ୍ରମ ହୋମ କରୁଛନ୍ତି । ସେଦିନ ସଂଧ୍ୟାରେ ବୁଲିବାକୁ ଏୟାରପୋର୍ଟ ପାଖକୁ ଯାଇଥିଲେ ।
ପୋଲିସ ଏହି ମାମଲାରେ କାହାକୁ ଗିରଫ କରିନଥିବା ବେଳେ ଅପରାଧୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିଛି । ପୀଡିତାଙ୍କୁ ଚିକିତ୍ସା କରାଯାଉଛି । ଏହି ଘଟଣାକୁ ନେଇ ଝାଡ଼ଖଣ୍ଡରେ ରାଜନୀତି ସରଗରମ ହୋଇଛି । ବିପର୍ଯ୍ୟସ୍ତ ଆଇନକାନୁନକୁ ନେଇ ବିଜେପି ସୋରେନ ସରକାର ବିରୋଧରେ ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଛି ।
Comments are closed.