Latest Odisha News

BREAKING NEWS

ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦ: ୪ ଜଣଙ୍କୁ ଗିରଫ କଲା ସିବିଆଇ

ଅମରାବତୀ: ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦରେ ସିବିଆଇ ୪ଜଣଙ୍କୁ ଗିରଫ କରିଛି। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଅର୍ପଣ କରାଯାଉଥିବା ତିରୁପତି ଲଡୁରେ ଚର୍ବି ମିଶିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ଭୋଲେ ବାବା ଡାଏରୀର ପୂର୍ବତନ ନିର୍ଦ୍ଦେଶକ ବିପିନ ଜୈନ ଏବଂ ପୋମିଲ ଜୈନ, ବୈଷ୍ଣବୀ ଡାଏରୀର ଅପୂର୍ବ ଚାବଡା ଏବଂ ଏଆର ଡାଏରୀର ରାଜୁ ରାଜଶେଖରନ ବୋଲି ଅଧିକାରୀମାନେ କହିଛନ୍ତି।

ଟେଣ୍ଡର ହାତେଇବାରେ ହେରଫେର ହୋଇଥିବା ବଡ ଖୁଲାସା ହୋଇଛି। ଲଡୁ ପ୍ରସ୍ତୁତ ପାଇଁ ହେଉଥିବା ଘିଅ ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ଏସଆଇଟି ତଦନ୍ତରେ ଖୁଲାସା ହୋଇଛି। ଯାହା ଫଳରେ ଗିରଫଦାରୀ ହୋଇଛି। ସେ ଅଭିଯୋଗ କରିଥିଲେ ଯେ ବୈଷ୍ଣବୀ ଡାଏରୀର ଅଧିକାରୀମାନେ ମନ୍ଦିରକୁ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ ଏବଂ ପ୍ରକ୍ରିୟାକୁ ହେରଫେର କରିବା ପାଇଁ ନକଲି ରେକର୍ଡ ତିଆରି କରିବାରେ ମଧ୍ୟ ସମ୍ପୃକ୍ତ ଥିଲେ। ଭୋଳା ବାବା ଡାଏରୀର ଘିଅ ଦେଉଥିବା ମିଛରେ କହୁଥିଲା ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଥିଲେ ଯେ ରାଜ୍ୟରେ ପୂର୍ବ ସରକାର ସମୟରେ ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିଲା । ନାଇଡୁଙ୍କ ଏହି ମନ୍ତବ୍ୟ ପରେ ଦେଶବ୍ୟାପୀ ରାଜନୀତି ଜୋର ଧରିଥିଲା । ଏପରିକି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟରେ ୩ରୁ ଅଧିକ ଆବେଦନ ହୋଇଥିଲା । ଆବେଦନ ଦାଖଲକାରୀଙ୍କ ମଧ୍ୟରେ ସୁବ୍ରମଣ୍ୟମ ସ୍ବାମୀ, ରାଜ୍ୟସଭା ସାଂସଦ ସୁବ୍ବା ରେଡ୍ଡୀ ସାମିଲ ଅଛନ୍ତି । କଡା ଆଭିମୁଖ୍ୟ ଦେଖାଇବା ସହ ମାମଲାରେ ଅତିକମ୍‌ରେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ ବୋଲି କହିଥିଲେ ସୁପ୍ରିମକୋର୍ଟ ।

Comments are closed.