Latest Odisha News

ଏହି କାରଣ ପାଇଁ ସ୍ଥଗିତ ରହିଲା ଲଡୁ ବିବାଦର ଏସଆଇଟି ତଦନ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦ ମାମଲା । ଘଟଣାରେ ଚାଲିଥିବା ଏସଆଇଟି ତଦନ୍ତକୁ ଆଜି ସ୍ଥଗିତ ରଖାଯାଇଛି । ଆସନ୍ତା ୩ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି କରିବେ । ତେଣୁ ଶୁଣାଣି ନହେବା ପର୍ଯ୍ୟନ୍ତ ଏସଆଇଟି ତଦନ୍ତ ହୋଇପାରିବ ନାହିଁ ବୋଲି ଆନ୍ଧ୍ରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଆନ୍ଧ୍ରପ୍ରଦେଶର ଡିଜିପି ଦ୍ୱାରକା ତିରୁମଲା ରାଓ କହିଛନ୍ତି ଯେ, ଏସଆଇଟି ଗଠନ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ମଙ୍ଗଳବାର କୋର୍ଟରେ ଏଥିପାଇଁ ଏକ କଥା କଟାକଟି ମଧ୍ୟ ହୋଇଥିଲା । ଆଇଜିଙ୍କ ନେତୃତ୍ୱରେ ଆମ ଟିମ୍ ଆସିଥିଲେ ଯିଏ ଟିଟିଡି ର ବିଭିନ୍ନ ସ୍ଥାନ, କ୍ରୟ କ୍ଷେତ୍ର, ନମୁନା ସଂଗ୍ରହ କ୍ଷେତ୍ର ପରିଦର୍ଶନ କରିଥିଲେ ଏବଂ ସେମାନେ ଲୋକମାନଙ୍କୁ ପରୀକ୍ଷା କରିଥିଲେ ଏବଂ ବୟାନ ରେକର୍ଡ କରିଥିଲେ ।

ଡିଜିପି ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟ କିଛି ସମୟ ପାଇଁ ଅପେକ୍ଷା କରିବାକୁ କହିଛନ୍ତି, ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ କିଛି ସମୟ ପାଇଁ ତଦନ୍ତ ବନ୍ଦ କରିଛୁ ।

ଲଡୁ ପ୍ରସ୍ତୁତ ପ୍ରଣାଳୀ ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଣିଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଆଉ କହିଥିଲେ ଯେ, ଭଗବାନଙ୍କୁ ରାଜନୀତି ଭିତରକୁ ନ ଟାଣନ୍ତୁ । ତେବେ ସୁପ୍ରିମକୋର୍ଟଙ୍କ ଶୁଣାଣିର ଠିକ୍ ଦିନକ ପରେ ଆନ୍ଧ୍ର ସରକାର ଏସଆଇଟି ତଦନ୍ତକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.