Latest Odisha News

୮୮ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା ସୀତାବିବାହ

ଭୁବନେଶ୍ବର: ୮୮ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା ସୀତାବିବାହ । ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ  । ଓଡ଼ିଶା ସମ୍ରଗ ଭାରତ ବର୍ଷରେ ସର୍ବପୁରାତନ ସିନେମା ଜଗତ । ମାତ୍ର ଆଉ ୧୧ ବର୍ଷ ପରେ ଶତବାର୍ଷିକ ଉତ୍ସବ । ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ । । ସୀତାବିବାହ  ସିନେମା କହେ ଆଜି ଓଡିଶା ସିନେମାର ଇତିହାସ । ମୋହନ ସୁନ୍ଦର ଦେବ ଗୋସ୍ବାମୀ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ୧୯୩୬ ମସିହା ଆଜିର ଦିନରେ ମୁକ୍ତିଲାଭ କରିଥିଲା । ଏହା ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା ପରେ ଏହା କଟକର ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଟି ପ୍ରଭୁ ରାମ ଓ ମାତା ସୀତାଙ୍କ ବିବାହ ବିଷୟକୁ ନେଇ ନିର୍ମାଣ ହୋଇଥିଲା। ଚଳଚ୍ଚିତ୍ରରେ ରାମ ଭୂମିକାରେ ମାଖନଲାଲ୍ ବାନାର୍ଜୀ ଅଭିନୟ କରିଥିଲେ । ପ୍ରଭାବତୀ ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ଆଦିତ୍ୟ ବଲ୍ଲଭ ମହାନ୍ତି ଅଭିନୟ କରିଥିଲେ । ଓଡିଆରେ ପ୍ରଥମ ଚଳଚ୍ଚିତ୍ର ହୋଇଥିବାରୁ ପ୍ରଯୋଜକ ଉଦ୍ଧାର କରି ଅଭିନେତାମାନଙ୍କୁ ଟଙ୍କା ଦେଇଥିଲେ ।

ଚଳଚ୍ଚିତ୍ରଟିକୁ ତିଆରି କରିବା ପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଚଳଚ୍ଚିତ୍ର ରେ ରାମ ଭୂମିକା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଭୂମିକା ୩୫ ଟଙ୍କା ପାଇଥିବା ବେଳେ ସୀତା ଭୂମିକାରେ ଅଭିନୟ କରିଥିବା ପ୍ରଭାବତୀ ୧୫୦ ଟଙ୍କା ପାଇଥିଲେ । ବେଙ୍ଗଲ ବୋର୍ଡର ଫିଲ୍ମ ସାର୍ଟିଫିକେଟ୍ ଓ ଲାଲବଜାର ପୋଲିସ କମିଶନର ଏହାକୁ ସେନସର ସାର୍ଟିଫିକେଟ୍ ଦେଇଥିଲେ । କିନ୍ତୁ ବର୍ତମାନ ଓଡ଼ିଶା ସିନେମା ଜଗତର ସ୍ଥିତି କିଛି ନାହିଁ କହିଲେ ଚଳେ  । ଓଡ଼ିଶାରେ ଆଗ ଭଳି ସିନେମା ହେଉନାହିଁ । ଦର୍ଶକମାନେ ଅଲଗା ରାଜ୍ୟର ଚଳଚ୍ଚିତ୍ର ଦେଖିବା ପାଇଁ ମନବଳାଉଛନ୍ତି । ସେହିପରି ପୁରୀ ସହରରେ ବର୍ତମାନ ସମୟରେ ଗୋଟିଏ ହେଲେ ସିନେମା ହଲ ନାହିଁ। ୨୦୧୯ ଫନୀ ବାତ୍ୟାରେ ବିଧ୍ବସ୍ତ ହୋଇଥିଲା ପୁରୀର  ପୁରାତନ ଲକ୍ଷ୍ନୀ ଟକିଜ୍। ତା ପରଠୁ ଏହା ପୁନଃଉଦ୍ଧାର ହୋଇନି।  ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ଦେଖାଯିବା ସହ ଓଡ଼ିଶା ସିନେମାର ସ୍ଥିତି କେଉଁଠି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.