Latest Odisha News

BREAKING NEWS

ଯଦି ମମତା ବାନାର୍ଜୀ ଭାବୁଛନ୍ତି ସେ ଜନସାଧାରଣଙ୍କୁ ଭୟଭୀତ କରି ନିର୍ବାଚନ ଜିତିଯିବେ, ତେବେ ଏହା ତାଙ୍କର ବଡ ଭୁଲ: ନଡ୍ଡା

କୋଲକାତା: ବର୍ତ୍ତମାନ ଚାରିଆଡେ ନିର୍ବାଚନର ମାହୋଲ । ଏହାରି ଭିତରେ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା କହିଛନ୍ତି ଯେ, ଯଦି ମମତା ବାନାର୍ଜୀ ଭାବୁଛନ୍ତି ଯେ ସେ ଜନସାଧାରଣଙ୍କୁ ଭୟଭୀତ କରି ନିର୍ବାଚନ ​​ଜିତିଯିବେ, ତା’ହେଲେ ଏହା ହେଉଛି ତାଙ୍କର ସବୁଠାରୁ ବଡ ଭୁଲ ।

ତୃଣମୂଳ କଂଗ୍ରେସର ସଭାପତିଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ଶାସନ କାଳରେ ଶେଖ ଶାହାଜାହାନଙ୍କ ପରି ଲୋକମାନେ ମହିଳାଙ୍କ ପାଇଁ ବିପଦ ପାଲଟିଥିଲେ। ସେଠାକୁ ଯାଇଥିବା ଅନୁସନ୍ଧାନକାରୀ ସଂସ୍ଥା ଉପରେ ଘାତକ ଆକ୍ରମଣ ହୋଇଥିଲା। ସାନ୍ଦେଶଖାଲିରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏନଏସଜି କମାଣ୍ଡୋଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡିଥିଲା । ଯଦି ମମତା ବାନାର୍ଜୀ ଭାବୁଛନ୍ତି ଯେ ସେ ଜନସାଧାରଣଙ୍କୁ ଭୟଭୀତ କରି ନିର୍ବାଚନ ​​ଜିତିଯିବେ, ତା’ହେଲେ ଏହା ହେଉଛି ତାଙ୍କର ସବୁଠାରୁ ବଡ ଭୁଲ ବୋଲି କହିଛନ୍ତି ଜେପି ନଡ୍ଡା ।

ଜେପି ନଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, “ବଙ୍ଗଳାରେ ଯେଉଁଠି ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯିବା ଉଚିତ୍ ସେଠାରେ ବମ୍ ଏବଂ ପିସ୍ତଲ ଭଳି ଜିନିଷ ମିଳୁଛି । ବଙ୍ଗଳାକୁ କେଉଁ ପରିସ୍ଥିତିରେ ପହଞ୍ଚାଇଦେଇଛନ୍ତି ମମତା ବାନାର୍ଜୀ । କଣ ସୁଭାଷ ଚନ୍ଦ୍ର ବୋଷ, ସ୍ଵାମୀ ବିବେକାନନ୍ଦ ଏପରି ବଙ୍ଗଳା କଳ୍ପନା କରିଥିଲେ? ଜନସାଧାରଣ ଆପଣଙ୍କୁ ଏହାର ଉପଯୁକ୍ତ ଉତ୍ତର ଦେବ ଏବଂ ବିଜେପି ୩୫ଟି ଆସନ ଜିତିବ । ସନ୍ଦେଶଖାଲି ପୀଡିତାଙ୍କୁ ଟିକେଟ ଦେଇ ବିଜେପି ମହିଳା ଶସକ୍ତିକରଣର ମିଶାଲ ବନେଇଛି ।

Leave A Reply

Your email address will not be published.