ମୁମ୍ବାଇ: ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିତାରେ ଜମିନ ପର’ ଗତ କିଛି ସମୟ ଧରି ଚର୍ଚ୍ଚାରେ ରହିଛି। କାରଣ ଏହା ଫିଲ୍ମ’ତାରେ ଜମିନ ପର’ ସିକ୍ୱେଲ ‘ସିତାରେ ଜମିନ ପର’। ଏହା ଏକ ଭିନ୍ନ ସ୍ଵାଦର ଏବଂ ଭିନ୍ନ ଧରଣର ଫିଲ୍ମ। ଏହାର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଟ୍ରେଲର ଆସିବା ପରେ ସାମାଜିକ ଗଣମାଧ୍ୟମରେ ଫିଲ୍ମର ଭାବବିହ୍ଵଳ କାହାଣୀ ଚର୍ଚ୍ଚାରେ ରହିଛି।
ସିତାରେ ଜମିନ ପର ଦିବ୍ୟାଙ୍ଗ ପିଲାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ। ଅମିର ଖାନ ଏକ କୋଚ୍ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଦିବ୍ୟାଙ୍ଗଙ୍କୁ ବାସ୍କେଟ୍ ବଲ୍ର ଟ୍ରେନିଂ ଦେଉଥିବା ଦେଖିବାକୁ ମିଳିଛି। ଫିଲ୍ମରେ ଡ୍ରାମା ଓ ଖୁବ୍ କମେଡି ରହିଛି। ଏହି ଫିଲ୍ମର କାହାଣୀ ବେଶ ହୃଦୟସ୍ପର୍ଶୀ ରହିଛି। ଏହି ଫିଲ୍ମ ଆପଣଙ୍କୁ ଭାବୁକ କରିବା ସହିତ ହସର ମଧ୍ୟ ଖୋରାକ ଯୋଗାଇବ।
ଆମିର ଖାନଙ୍କ ୨୦୦୭ ମସିହାରେ ଆସିଥିବା ତାରେ ଜମିନ ପରର ଏହା ସ୍ପିରିଚୁଆଲ ସିକ୍ବେଲ। ଫିଲ୍ମର ଟ୍ୟାଗ୍ ଲାଇନ୍ ହେଉଛି ‘ସବକା ଅପନା ଅପନା ନର୍ମାଲ’। ଏହି ଲାଇନରେ ସମସ୍ତଙ୍କୁ ଏକାଠି ନେଇ ସାଙ୍ଗରେ ଚାଲିବାକୁ ସନ୍ଦେଶ ଦିଆଯାଇଛି। ଫିଲ୍ମରେ ଜେନେଲିଆ ଡିସୁଜା ଅଭିନେତାଙ୍କ ପାର୍ଟନର ଭୂମିକାରେ ଅଭିନୟ କରିଛନ୍ତି। ଅନେକ ନୂତନ ଚରିତ୍ର ନିଜର ଅଭିନୟରେ ସମସ୍ତଙ୍କୁ ବେଶ ଆକର୍ଷିତ କରିଛନ୍ତି। ଏହା ଏକ ଭିନ୍ନ ପ୍ରକାରର ସ୍ପୋର୍ଟ୍ସ ଫିଲ୍ମ, ଯାହା ହସାଇ ହସାଇ ବେଦମ କରିବ। ଏହି ବିଶେଷତ୍ଵ ଅମିର ଖାନଙ୍କ ଏହି ଫିଲ୍ମରେ ଦେଖିବାକୁ ମିଳିବ।
Comments are closed.